Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଣ୍ଡିରେ ଧାନ ଗଜା, ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଜୁନାଗଡ଼: ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ନା ଆସିଛି ଟୋକନ୍ ନା ଉଠାଯାଉଛି ଧାନ । ଧାନ ଉଠାଣ ଦାବି ନେଇ ବହୁବାର ଚାଷୀଙ୍କ ବିରୋଧ ବି ଜାରି ରହିଛି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ପ୍ରତିଥର ପ୍ରତିଶ୍ରୁତି ଦେଇ କାମ ସରିଯାଉଛି । ହେଲେ ଏବେ ବି ମଣ୍ଡିରେ…

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର…

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ…

୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ…

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀରେ ୫ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀର ପାଞ୍ଚଟି ମଦ ଦୋକାନକୁ ସିଲ୍‌ କରାଯାଇଛି। ଆଜି ମ୍ୟୁନିସିପାଲିଟି କମିଶନ (ବିଏମସି) ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣର ମିଳିତ କାର୍ଯ୍ୟକାରୀ ଦଳ ପାଞ୍ଚଟି ମଦ ଦୋକାନକୁ ସିଲ୍ କରିଛନ୍ତି। ବିଏମସି ସୂତ୍ର ଅନୁଯାୟୀ ରସୁଲଗଡ,…

ଓଡ଼ିଶାର ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ…

ବିରଳ ‘Oh+ve’ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଲେ ରାଉରକେଲାର ରଜତ

ଅନୁଗୋଳ: ରକ୍ତ ସମ୍ପର୍କ ନାହିଁ । କିନ୍ତୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ । ରାଉରକେଲାରୁ ଆସିଲେ ଅନୁଗୋଳ । ଜଣେ ଗର୍ଭବତୀଙ୍କୁ ବିରଳ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଛନ୍ତି ରାଉରକେଲାର ରଜତ ଏକ୍କା । ତାଙ୍କର ମହାନତା ଓ ପରୋପକାରକୁ ନେଇ ଏବେ ଅନୁଗୋଳ ସହରରେ ଭାରି ଚର୍ଚ୍ଚା । ଢେଙ୍କାନାଳ…

ନଗଡ଼ାବାସୀ ନେଲେ କରୋନା ଟିକା

ଯାଜପୁର: ବହୁ ଚର୍ଚ୍ଚିତ ତଥା ଅପପୁଷ୍ଟିର ଅପବାଦ ମୁଣ୍ଡେଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଟିକାକରଣ ହୋଇଛି। ସୋମବାର ଉପର ଓ ତଳ ନଗଡ଼ାର ୬୫ଜଣ ଜୁଆଙ୍ଗ ଆଦିବାସୀ, ଗୁହିଆସାଳରୁ ୫୬, ତୁମୁଣିର ୩୮ଜଣ ଜୁଆଙ୍ଗଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏହା ସହିତ ନାଲିଆଡାବରରେ…