Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁର ବ୍ରଜନଗରରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲିରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ କାମ ଚାଲିଥିବା ବେଳେ ଭୁଶୁଡି ପଡ଼ିଛି ନର୍ମାଣାଧୀନବ୍ରିଜ୍ । ତେବେ ବ୍ରିଜ୍ ଭୁଶୁଡିବା ସମୟରେ କାମ ବନ୍ଦ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।…

କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଓ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ । ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ…

ଆର୍ଟ ଅଫ୍‍ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ବର : ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜାରି ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି । ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ବର…

ଅକ୍ସିଜେନ ସିଲିଣ୍ଡର ରିଫିଲିଂ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: ସରକାରୀ ଅନୁମୋଦିତ ହାରରେ ଅକ୍ସିଜେନ ସିଲିଣ୍ଡର ରିଫିଲିଂ କରିବାରେ ସହାୟତା ପାଇଁ ଗଞ୍ଜାମ ପ୍ରଶାସନ ହେଲ୍ପଲାଇନ ଜାରି କରିଛି। ଏହି ହେଲ୍ପଲାଇନ ନମ୍ବର ହେଉଛି 0680-2227000। ଏହାଛଡା ଅକ୍ସିଜେନ ସିଲିଣ୍ଡର କଳାବଜାରି ବିଷୟରେ ଜଣାଇବାକୁ ମଧ୍ୟ ଲୋକମାନେ ଏହି ନମ୍ବରକୁ କଲ…

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ଜୁନ୍‌ ୩ରେ ଓଡ଼ିଶା ପହଞ୍ଚିବ ୩ ଲକ୍ଷରୁ ଅଧିକ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଜୁନ୍ ୩ ରେ ଓଡିଶା ପହଞ୍ଚିବ ୩,୦୫,୪୬୦ କୋଭିଶିଲ୍ଡ ଟିକା। ଏ ନେଇ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୋମବାର ସୂଚନା ଦେଇଛି। ବିଶେଷ କରି ୪୫ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଏହି ଟିକା ବ୍ୟବହାର କରାଯିବ। ଏହା ବ୍ୟତୀତ ଜୁନ୍ ୬ ରେ ୪୦,୦୦୦ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିବ…

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି ପରଖିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି କେମିତି ରହିଛି ? କିଭଳି ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ…

ମାଲକାନଗିରି କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଲାବେଡା ଗ୍ରାମରେ ମାଓବାଦୀ ପୋଡିଲେ ବନ ବିଭାଗର ନର୍ସରୀ। ଏଥିରେ ପ୍ରାୟ ୨୦ ହଜାର ଚାରା ଗଛ ନଷ୍ଟ ହୋଇଥିବା ଥିବା ବେଳେ ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ପଡିଥିବା ସୂଚନା ମିଳିଛି।

ସୁରକ୍ଷାକର୍ମୀଙ୍କ ଗୁଳି ଟଳିଲା ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ । ତାଙ୍କ ନାମ ୱାଇ.କେ. ପୋକ୍କ । ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଥିଲେ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର…

ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସନ୍ଦେହ

ସମ୍ବଲପୁର: ଭିମ୍‌ସାରରେ ଜଣେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ରୋଗୀଙ୍କର ରବିବାର ରାତିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଭିମ୍‌ସାର୍‌ ଅଧୀକ୍ଷକ ଲାଲ ମୋହନ ନାୟକ ଏହି ସୂଚନା ଦେଇଛନ୍ତି।…