Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୬୨ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୮୧ ଜଣ ଥିବା ବେଳେ, ଲୋକାଲ…

ମହଙ୍ଗା ପଡିଲା ସରକାରୀ ଜମି ବିକା, ବନ୍ଧା ହେଲା ଜମି ମାଫିଆ !

ଅନୁଗୁଳ: ଶିଳ୍ପ ସମୃଦ୍ଧ ସହର ତାଳଚେରରେ ନିତିଦିନ ସାମ୍ନାକୁ ଆସୁଛି ଅଭିନବ ଠକେଇ ମାମଲା । ମାତିଛନ୍ତି ଭଦ୍ରମୁଖା ଠକ । କେତେବେଳେ ଚାକିରୀ ତ ପୁଣି କେତେବେଳେ ଜାଗା କିଣାବିକା ନାଁରେ ହେଉଛି ବଡ ଧରଣର ଠକେଇ । ଶିକାର ସାଜୁଛନ୍ତି ସରଳ ଲୋକ । ଏପରିକି ଠକମାନଙ୍କ ନାଲି ଆଖିକୁ ଡରି ଅନେକ ଲୋକ…

ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ଲଗାତର କିଛି ଦିନହେବ ତାତିରୁ ମିଳିଛି ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଲୋକେ । ଆଜି କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ, ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ମହାମାରୀ କରୋନାର କୋପ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୯୭୦୬ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ…

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !

କାମାକ୍ଷାନଗର: କାହାର କରୋନା ଚିନ୍ତା ତ କାହାର ଅକ୍ସିଜେନ୍‌, ତ ପୁଣି କେହି ଲକଡାଉନ୍‌ରେ ଖାଇବାକୁ ଗଣ୍ଡେ ଯୋଗାଡ କରିବାକୁ ହନ୍ତସନ୍ତ ହେଉଛି । ହେଲେ ଢେଙ୍କାନାଳର ରେଙ୍ଗାଳୀ କେନାଲରେ ମାଛଧରାକୁ ନେଇ ଲୋକେ ହାତାହାତି ହେବାକୁ ପଛାଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲୀର…

କରୋନା ପାଇଁ ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବାତିଲ ହୋଇଥିବା ଏହି ଟ୍ରେନ୍ ଗୁଡିକ ହେଲା -…

ଆସନ୍ତାକାଲିଠୁ ରାଜଧାନୀର ଆଉ ୩ଟି ସ୍ଥାନରେ ମିଳିବ ଡ୍ରାଇଭ୍‌ ଇନ୍‌ ଟିକାକରଣର ସୁବିଧା; ଆଜିଠୁ ବୁକିଂ ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜଧାନୀର ଆଉ ତିନୋଟି ନୂଆ ସ୍ଥାନରେ ମିଳିବ ଡ୍ରାଇଭ୍ ଇନ ଟିକାକରଣର ସୁବିଧା। ଏ ନେଇ ବିଏମ୍‌ସି ଆଜି ଘୋଷଣା କରିଛି। ଏହି ତିନୋଟି ନୂତନ ସ୍ଥାନ ହେଉଛି କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ପାର୍କିଂ ସ୍ଥାନ, ରୁଦ୍ରପୁରର ସିମ୍ଫୋନୀ ମଲରେ ଥିବା…

ମର୍ଣ୍ଣିଙ୍ଗ୍‌ ଏବଂ ଇଭିନିଂ ୱାକ୍‌ ଉପରେ ଲାଗିଲା କଟକଣା; ନିୟମ ନମାନିଲେ ମିଳିବ କଠୋର ଦଣ୍ଡ

ପୁରୀ: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ସମୟରେ କିଛି ଜରୁରୀ କାର୍ଯ୍ୟ ପାଇଁ ନିୟମ କୋହଳ କରାଯାଇଛି। ତେବେ ଅଯଥା ସଂକ୍ରମଣକୁ ବୃଦ୍ଧି କରୁଥିବା କାର୍ଯ୍ୟ ଉପରେ ସବୁ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି।…

ଖୁବ୍‌ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍‌ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ…

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି…