Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରର ୨୬ଟି ସ୍ଥାନରେ କୋଭିଡ୍ ଟିକାକରଣ, ଜାଣନ୍ତୁ ଭ୍ୟାକ୍ସିନେସନ ସମୟ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିବା ଟିକାଦାନ ଜାରି ରହିଛି । ଭୁବନେଶ୍ୱରର ୨୬ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଉଥିବା ନେଇ ବିଏମସି ସୂଚନା ଦେଇଛି । ଏଥିସହ ୧୮ରୁ ୪୪…

[ଭିଡିଓ] ଚିକିତ୍ସା ପୂର୍ବରୁ ଆଖି ବୁଜିଲା ହରିଣ !

ସୋନପୁର: ଅକାରଣରେ ଚାଲିଗଲା ହରିଣର ଜୀବନ । ବନ ବିଭାଗର ଚେଷ୍ଟା ବି ବଂଚିପାରିନଥିଲା ଜୀବନ । ସୋନପୁର କେଲଗାଁ ନଦୀ କୂଳ ନିକଟରେ ପଡିଥିବା ହରିଣକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବାବେଳେ ରାସ୍ତାରେ ହିଁ ହରିଣଟିର…

ମାୟାଧର ମାନସିଂହଙ୍କ ପୁତ୍ର ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ମାୟାଧର ମାନସିଂହଙ୍କ ସାନପୁଅ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କର ଶନିବାର ସକାଳେ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ କରୋନା ପାଇଁ ଚିକିତ୍ସିତ ହେଉଥିଲେ। ଲବଣ୍ୟେନ୍ଦୁ ଗୁଜୁରାଟର କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍…

ଅନିର୍ଦ୍ଦିଷ୍ଟ କାଳ ଯାଏ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଛନ୍ତି। ଏକ ବିଜ୍ଞପ୍ତିରେ ଆରସିସିଏଫ୍ କହିଛନ୍ତି ଯେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ…

[ଭିଡିଓ] ପୋଷା କୁକୁରକୁ ତୀର ମାଡ, ମିଳିଲା ନୂଆ ଜୀବନ !

ମାଲକାନଗିରି: ଜଣେ ମହିଳାଙ୍କ ପୋଷା କୁକୁରକୁ ତୀର ମାଡ । ଶୁଣି ଅବିଶ୍ୱାସ ଲାଗୁଥିଲେ ବି ଏପରି ଏକ ଘଟଣା ମାଲକାନଗିରି ଏମ୍‌.ଭି ୧୭ ନମ୍ବର ଗାଁରେ ଘଟିଛି । ରୀତା ସରକାର ନାମକ ଜଣେ ମହିଳାଙ୍କ ପୋଷା କୁକୁରକୁ କେହି ଅଜଣା ବ୍ୟକ୍ତି ତୀର ମାଡ କରିଥିଲେ । ତେବେ ବହୁ କଷ୍ଟରେ କୁକୁରଟିର ଜୀବନ…

ଭୁବନେଶ୍ୱରରେ ମେ ୩ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ…

କୋଭିଡ୍ ମୁକାବିଲା: ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ଅଗ୍ରୀମ ୮୮୭୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରିରେ ଜୁଝି ହେଉଛି ସାରା ଦେଶ । ଲୋକ ମହାମାରୀ ମୁହଁରେ ପଡ଼ି କଲବଲ ହେଉଛନ୍ତି । ସରକାର ମୁକାବିଲା ଦିଗରେ କଡ଼ା ପଦକ୍ଷେପ ନେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟଗୁଡ଼ିକୁ…

ଆସୁଛି ଅମ୍ଳାନ୍‌ଙ୍କ “ଲାଗେ ପ୍ରେମ ନଜର”

ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ…

କରୋନା ରେଡ୍‌ ଜୋନ୍‌ରେ ସାମିଲ ହେଲା ଆଉ ୨ ଜିଲ୍ଲା

ଭୁବନେଶ୍ୱର: ଓଡିଶାର କୋଭିଡ୍‌ ରେଡ୍ ଜୋନ୍ ଭିତରେ ଜିଲ୍ଲାମାନଙ୍କ ସଂଖ୍ୟା ମଧ୍ୟରେ ଆଉ ୨ଟି ଜିଲ୍ଲା ଯୋଡି ହୋଇଛି। ଏହା ଭିତରେ ରେଡ୍‌ ଜୋନ୍‌ ଥିବା ଜିଲ୍ଲା ସଂଖ୍ୟା ଶନିବାର ଦିନ ୧୯ କୁ ବୃଦ୍ଧି ପାଇଛି। ଏହି ଦୁଇଟି ନୂଆ ଜିଲ୍ଲା ହେଉଛି ନୟାଗଡ଼ ଏବଂ ରାୟଗଡା ଏଠାରେ କରୋନା…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ…