Latest Odisha News

BREAKING NEWS

Browsing Category

ଓଡିଶା

Odisha

୩.୨ ତୀବ୍ରତାର ଭୂମିକମ୍ପରେ ଥରିଲା ରାୟଗଡ଼ା

ରାୟଗଡ଼ା: ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ । ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ…

ଅଗ୍ନିଶମ ସହିଦ ଦିବସ ପାଳିତ, ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ, ଶ୍ରେଷ୍ଠ ବିବେଚିତ ଅଧିକାରୀଙ୍କୁ ମାନପତ୍ର ପ୍ରଦାନ 

ଭୁବନେଶ୍ବର: ଅଗ୍ନିଶମ ସହିଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ଠାରେ ଅଗ୍ନିଶମ ସହିଦ ଦିବସ ପାଳନ କରାଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ ଯୋଗ…

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପୁରୀ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ଉପନିର୍ବାଚନ ସ୍ଥଗିତ ସମ୍ପର୍କିତ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ପଠାଯାଇଛି ।…

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ, ମିଳିବ ଜରୁରୀକାଳୀନ ଚିକିତ୍ସା ସୁବିଧା 

ପୁରୀ: ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀ କାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି । ଦର୍ଶନ ପାଇଁ…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବାରିପଦା ଓ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ହ୍ରାସ ପାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ବାରିପଦାରେ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏନେଇ…

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୩୦୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ଟପିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୦୭ ଜଣ ସଂକ୍ରମିତ । ଏଥିରୁ ୬୯ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ, ଲୋକାଲ କେସ୍ ରହିଛି ୨୩୮ ।…

ରାଜ୍ୟରୁ ସୁସ୍ଥ ହେଲେ ୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମୁଣ୍ଡ ଟେକୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୬୧୦ ଜଣ ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ନୂଆପଡ଼ାରୁ ସର୍ବାଧିକ ୧୨୦ ଜଣ…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ

ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ବନ୍ଦ ହେବ ପିପିଲି ଉପନିର୍ବାଚନ । ସାନି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ । ତେବେ ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗଭୀର ଶୋକ

ଭୁବନେଶ୍ବର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକୋଶ କରିଛନ୍ତି । ଅଜିତଙ୍କ ଦେହାନ୍ତ ବିଷୟରେ ଜାଣି ଖୁବ ଦୁଃଖିତ ଓ ମର୍ମାହତ ଥିବା କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ ।…