Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ୍ ନିୟମ ଉଲ୍ଲଂଘନ: ୬ ଦିନରେ ରାଜ୍ୟରୁ ୧ କୋଟି ୮୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୋଲିସ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ଆଦାୟ ହୋଇଛି ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ…

ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି ମାରିଲେ…

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ଆଦିବାସି…

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ

ପୁରୀ: ପିପିଲି ଉପନିର୍ବାଚନ ଲାଗି ଜମିବାରେ ଲାଗିଛି ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିଥିଲେ । ଆଜି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଦଳର…

କାଲିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଧାର୍ମିକ ଅନୁଷ୍ଠାନ, ପାର୍କ ଓ ବେଳାଭୂମି ସପ୍ତାହେ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣରେ ଆଜି ୯ଗୁଣା ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କାଲିଠୁ ଏପ୍ରିଲ ୨୧ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ । ଏହ ସମୟରେ ଧାର୍ମିକ ଅନୁଷ୍ଠାନର ବିଶୋଧନୀକରଣ…

ବୁଲେଟ୍ ଠକେଇ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କମ୍ ଦାମରେ ବୁଲେଟ୍ ଯୋଗାଇ ଦେବା କହି ଠକେଇ ଘଟଣାରେ ବିକ୍ରମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତ ୫୫,୦୦୦ ଟଙ୍କା ରିହାତି ମୂଲ୍ୟରେ ବୁଲେଟ୍ ଦେବେ ବୋଲି କହି ଜଣେ ବ୍ୟକ୍ତିଙ୍କୁ ଠକିଥିଲେ। ତେବେ ଠକେଇର‌ ଶୀକାର ହୋଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ…

ଶ୍ରୀମନ୍ଦିରର ୭ ସେବାୟତ କରୋନା ସଂକ୍ରମିତ

ପୁରୀ: ପୁରୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍…

ଲଜ୍ଜା ! ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ

କଟକ: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ । କିନ୍ତୁ କଟକରୁ ଏମିତି ଚିତ୍ର ସାମନାକୁ ଆସିଛି ଶୁଣିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ । ଜଣେ ସ୍ୱାମୀ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ…

ଶ୍ରୀକ୍ଷେତ୍ରରେ ୧୩ ବର୍ଷର ନାବାଳିକା ପର୍ଯ୍ୟଟକଙ୍କୁ କରୋନା

ପୁରୀ: ପୁରୀରେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରତରୁ ବାପାମାଆଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ କରୋନା ସଂକ୍ରମିତ ଥିବା ଆଣ୍ଟିଜେନ୍ ଟେଷ୍ଟରୁ ଜଣାପଡ଼ିଛି । ସଂକ୍ରମିତ ଚିହ୍ନଟ ହେବା ପରେ ନାବାଳିକାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି…

ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ପୋଲିସ, ଗ୍ୟାଙ୍ଗଷ୍ଟର ପତ୍ତା ମିଳୁନି

କଟକ: ଗ୍ୟାଙ୍ଗଷ୍ଟ ହାଇଦର ସହଯୋଗୀ ୟାକୁବ ଖାନ୍ ଓରଫ ସଲ୍ଲୁ ଗିରଫ । ତାକୁ ଗିରଫ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ । ଗତକାଲି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା । ହାଇଦର ଫେରାର୍ ହେବା ନେଇ ତାକୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ତାକୁ ଗିରଫ କରାଯାଇଛି । ଏସସିବି…

ଏମିତି ଚାଲିଛି ଟିକା ଉତ୍ସବ: ଟିକା ଅଭାବରୁ ଓଡ଼ିଶାରେ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଚାଲିଛି ଟିକା ଉତ୍ସବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼,…