Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦାମନଯୋଡ଼ି ନାଲ୍‌କୋରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ, ୫୪ରୁ ଅଧିକ ବିକ୍ଷୋଭକାରୀ ଗିରଫ

କୋରାପୁଟ: ସେମିଳିଗୁଡ଼ା ଦାମନଯୋଡ଼ି ସ୍ଥିତ ନାଲକରେ ଉତ୍ତେଜନା । ନିଯୁକ୍ତିକୁ ନେଇ ପୋଲିସ-ବିସ୍ଥାପିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ନାଲକୋରେ ନିଯୁକ୍ତି ଦାବି କରି ବିସ୍ଥାପିତ ଗତ ୪ ଦିନ ହେଲା ନାଲକୋ ରୋଡରେ ଧାରଣାରେ ବସିବା ସହ ରାସ୍ତାରୋକ କରିଥିଲେ । ଆଜି ପ୍ରଶାସନ ବୁଝାସୁଝା…

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା…

ସୋରରୁ ନିଖୋଜ ସୁନା ବ୍ୟବସାୟୀ ଖୋର୍ଦ୍ଧାରୁ ଉଦ୍ଧାର

ସୋର: ଉଦ୍ଧାର ହେଲେ ନିଖୋଜ ଗହଣ ବ୍ୟବସାୟୀ । ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରୁ ନିଖୋଜ ସୁନା ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରିଛି । ଖୋର୍ଦ୍ଧା ସହରରୁ ବିଳମ୍ବିତ ରାତିରେ ନିଖୋଜ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ସୋର ଥାନା ପୋଲିସ । ଅପହରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖି…

କଟକରେ ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ସ୍କୁଲରୁ ୧୭ ସଂକ୍ରମିତ ଚିହ୍ନଟ

କଟକ: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । କଲେଜ ପରେ ସ୍କୁଲରେ କାୟା ମେଲାଉଛି କରୋନା । କଟକ ସହରରେ ୨ ଦିନ ଭିତରେ ଏକ ଘରୋଇ କଲେଜ ହଷ୍ଟେଲରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବିଦ୍ୟାଳୟରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ…

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ,ଏକାଠି ହୋଲି ଖେଳିବା ମନା, ଲାଇଟ ଓ ଜନଗହଳିକୁ ବାରଣ

କଟକ: ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । କଟକରେ ଦୋଳ ଯାତ୍ରା ଓ ହୋଲି ଲାଗି କମିଶନରେଟ୍ ପୋଲିସ ଗାଇଡଲାଇନ୍ ଜାରି କରିଛି । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପ୍ରତି ବିମାନରେ ୧୦ରୁ…

ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର: ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା, ଶୁଭାରମ୍ଭ କଲେ…

ଭୁବନେଶ୍ଵର: ଡାଏଲ୍ ୧୧୨ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ।…

ଆସୁଛନ୍ତି ରାଷ୍ଟ୍ରପତି: କାଲି ସନ୍ଧ୍ୟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ କୋବିନ୍ଦ

ଭୁବନେଶ୍ଵର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କାଲି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରୁ ସିଧା ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ । ୨୧ ତାରିଖ ସକାଳେ ଭୁବନେଶ୍ୱର ଏୟାରପୋର୍ଟ…

ଯାଁଳା ଫାଣ୍ଡିରେ କାର୍‌ରୁ ନରକଙ୍କାଳ ମିଳିବା ଘଟଣା: ମହିଳାଙ୍କ ସ୍କେଚ୍‌ ଜାରି କରିଛି କମିଶନରେଟ୍‌ ପୋଲିସ 

ଭୁବନେଶ୍ବର: ଖୋର୍ଦ୍ଧା ଯାଁଳା ଫାଣ୍ଡିରୁ ଜବତ କାର ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଘଟଣାରେ ପୋଲିସ ଛାନଭିନ୍‌ ଜୋରଦାର କରିଛି । ମହିଳାଙ୍କ ସ୍କେଚ୍‌କୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଜାରି କରାଯାଇଛି । ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ପକ୍ଷରୁ ମହିଳାଙ୍କ ସ୍କେଚ୍‌…

କେନାଲ ହୁଡା ଭୁଶୁଡି ୪୦ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା: ଘାଇ ସୃଷ୍ଟି ହୋଇ ଭାଙ୍ଗିଗଲା କେନାଲ ହୁଡା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଗୁନଗୁନିଆ ଡିଷ୍ଟିବୁଟାରୀ ନିକଟରେ ଘାଇ ସୃଷ୍ଟି ହୋଇ କେନାଲ ହୁଡା ଭୁଶୁଡି ପଡିଛି । ଫଳରେ ରେଙ୍ଗାଳପାଲି ଗାଁର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଜଳମଗ୍ନ…