Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାଗରରେ ମନ୍ଦିରରେ ଗହଳି ମନା, ଲାଗିବନି ମେଳା: ଜାରି କଲେ କଟକଣା

ଭୁବନେଶ୍ୱର: ଆଉ ଦିନକ ପରେ ମହାଶିବରାତ୍ରି । ତାପୂର୍ବରୁ ରାଜ୍ୟରେ ଜାଗର ଯାତ୍ରା ନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏବର୍ଷ ରାଜ୍ୟର ଶିବାଳୟ ପରିସର ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା…

ରାଜ୍ୟରୁ ୫୭ ନୂଆ କରୋନା ସଂକ୍ରମିତ, ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲେ ବି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କେବଳ ପାଟଦଣ୍ଡୁଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ଦଣ୍ଡନାଚ ଅନୁମତି ଦେବେ ତହସିଲଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ନେଇ ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । କେବଳ ପାଟଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରା ଆୟୋଜନ ହେବ । ଦୁଇ ଶହ ଲୋକଙ୍କ ଭିତରେ ଦଣ୍ଡଯାତ୍ରା ପାଳନ କରାଯିବ । ମାସ୍କ ନଥିଲେ ମନ୍ଦିର ଭିତରେ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ…

ଗେଷ୍ଟହାଉସରୁ ଭଲିବଲ୍ କୋଚଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଇନଫୋସିଟିରେ ଥିବା ଏକ ଗେଷ୍ଟହାଉସରୁ ଜଣେ ଭଲିବଲ ପ୍ରଶିକ୍ଷକ ରାଜେଶ ତିୱାରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ, ରାଜେଶ ଭୋପାଳର ବାସିନ୍ଦା ହୋଇଥିଲା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୬୯ ତମ ସିନିୟର…

ଶିବରାତ୍ରି ପାଇଁ ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଦିନେ ପରେ ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ କୋଭିଡ୍ କଟକଣା ଭିତରେ ପାଳନ ହେବ । ତାପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ । ଆଜି କୋଭିଡ୍ ଟେଷ୍ଚ କରାଯିବ । ଗତକାଲି ଶିବରାତ୍ରି ନେଇ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି…

ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଆଜି ଦାୟିତ୍ୱ ନେବେ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତକାଲି ତାଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ୧୯୯୫ ବ୍ୟାଚ୍‌ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏଡିଜି ଥିଲେ । ନିଯୁକ୍ତି ମିଳିବା ପରେ ନୂଆ ପୋଲିସ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ ।…

ପୁରୀ ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ । ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଜାରି ହୋଇଛି । ମନ୍ଦିରଠାରୁ ୨୦୦ମିଟର…

ଜେଇଇ ମେନ୍: ଓଡ଼ିଶାରୁ ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର: ଓଡ଼ିଶାର ଗୌତମ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଜେଇଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା କରାଯାଇଛି। ବି.ଇ ଓ ବି.ଟେକ୍ ପାଇଁ କରାଯାଇଥିବା ଏହି ପରୀକ୍ଷାର ପେପର-୧ରେ ୯୯.୯୯୯୦୩୫୭ ଏନଟିଏ ସ୍କୋର…

ସମସ୍ତ ମହିଳା ଥାନା ଅଧିକାରୀଙ୍କ ସହ କଥା ହେଲେ ପୋଲିସ ଡିଜି, ନାରୀ ନିର୍ଯାତନାକାରୀଙ୍କ ବିରୋଧରେ ଦୃଢ଼…

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ମହିଳା ଥାନା ଅଧିକାରୀ ଓ ଏସଏଚଓଙ୍କ ସହ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ବୈଠକରେ ଏଡିଜି (ମୁଖ୍ୟାଳୟ), ଏଡିଜି କ୍ରାଇବ୍ରାଞ୍ଚ, ସମସ୍ତ ଜିଲ୍ଲାର ଏସପି ଆଦି ଯୋଗ ଦେଇଥିଲେ ।…