Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ବନକଲାଗି ନୀତି’ ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଭୁବନେଶ୍ୱର: ଅସୁସ୍ଥ ହୋଇପଡିବାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଯୋଡା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଓ ପରେ ରାଜଧାନୀର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।…

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ବୃଦ୍ଧାଙ୍କୁ ଟାଣି ଆଣି ଦାଣ୍ଡରେ ଏକ ଦନ୍ତା ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଥି ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…

ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଗୋଟିପୁଅ ନାଚ ସମ୍ପର୍କରେ ଆସନ୍ତୁ ଜାଣିବା

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକଙ୍କ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ଅନେକ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ "ଶ୍ରୀ " କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା…

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୬୩ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ…

ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ଦିନ ୧୧ଟାରୁ ୧୯ ତାରିଖ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି…

ଶ୍ରୀମନ୍ଦିରକୁ ୪ କେଜି ୮୫୮ ଗ୍ରାମ୍ ସୁନା ଓ ୩ କେଜିରୁ ଅଧିକ ରୂପା ଅଳଙ୍କାର ଦାନ କଲେ ଜୈନିକ ଦାତା

ପୁରୀ: ପବିତ୍ର ଶ୍ରୀପଞ୍ଚମୀରେ ଆଜି ପୁରୀରେ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଛି । ଏହି ଅବସରରେ ଜୈନିକ ଦାତା ଶ୍ରୀମନ୍ଦରକୁ ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି…

ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି

ଭୁବନେଶ୍ୱର: ଭିଜିବ ଓଡ଼ିଶା । ୧୭ରୁ ୨୦ ତାରିଖ ଯାଏ ରାଜ୍ୟରେ ୪ ଦିନ ବର୍ଷା । ବର୍ଷା ଓ ବଜ୍ରପାତ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ୧୭ଟି ଜିଲ୍ଲାର କେତେକ ସ୍ଥାନରେ ୧୭ ତାରିଖରୁ ୧୯ ତାରିଖ ଯାଏ…