Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ…

ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି

ପିପିଲି: ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ, ଏବେ…

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି ।  ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା…

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ନୂଆ କୁଳପତି ନିଯୁକ୍ତ। ପ୍ରଫେସର ସଞ୍ଜୀବ ମିତ୍ତଲ ନୂଆ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ପଦରେ ରହିବେ। ପ୍ରଫେସର ସଞ୍ଜୀବ ମିତ୍ତଲ ବର୍ତ୍ତମାନ…

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ…

ଆସନ୍ତାକାଲିଠୁ ଜନତା ମଇଦାନରେ ତୋଷାଳି ମେଳା

ଆସନ୍ତାକାଲିଠୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ…

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ବର :ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି…

କାଲିଠୁ ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ 

ପୁରୀ : ବିନା କୋଭିଡ ରିପୋରର୍ଟରେ କାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ସୂଚନା ଅନୁସାରେ, ଦେବରାଜ…