Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୟାସଡ଼କରେ ଥିବା ଆଇଆଇଏଫଏଲ୍ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟ୍ ଲିଙ୍କରେ ବନ୍ଧା ହେଲେ ଆଉ ଦୁଇ ଜଣ । ଗିରଫ ଦୁଇ ଜଣ ସୁନା ଦୋକାନର ମାଲିକ ବୋଲି ସୂଚନା ମିଳିଛି । ମଙ୍ଗଳବାଗ ଓ ଆଲାମଚାନ୍ଦ ବଜାର ଅଞ୍ଚଳକୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେମାନେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ…

ବିନା ଭକ୍ତରେ ଧବଳେଶ୍ୱର ପୀଠରେ ବଡଓଷା, ରାତିରେ ଗଜଭୋଗ

କଟକ: ଆଜି ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱର ବଡ଼ସିଂହାର ଓ ପରେ ନାଗା ବେଶ ଧାରଣ କରିବେ । ମଧ୍ୟରାତ୍ରିରେ ବାବାଙ୍କ ଠାରେ ଲାଗି ହେବ ଗଜଭୋଗ । ଏଥର କରୋନା ଯୋଗୁ ବିନା ଭକ୍ତରେ ପାଳିତ ହେଉଛି ମନ୍ଦିର ବଡ଼ଓଷା ।…

ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଲା ନିଆଁ

ଭଦ୍ରକ: ଭଦ୍ରକ ନୂଆ ବସଷ୍ଟାଣ୍ଟ ନିକଟରେ ଦୁର୍ଘଟଣା । ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର । ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏହାର ଆଗ ଭାଗ ଜଳି ଯାଇଥିଲା । ଗତକାଲି ରାତିରେ ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ମହାରାଷ୍ଟ୍ରରୁ…

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ବ୍ରାଣ୍ଡ ଇଣ୍ଡିଆ ପକ୍ଷରୁ ଅନଲାଇନରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡସ ୨୦୨୦ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ପୁରସ୍କାର ଜିତିଛି । ଜେଏସପିଏଲ ଏହାର ପ୍ରୋଜେକ୍ଟ ପାଇଁ 'ଆଶା- ଦ…

IFS ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖିଅ ଖୋଜିବ ୨୦ ଜଣିଆ ଏସ୍ଆଇଟି

ଭୁବନେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ମହଙ୍ଗା ପଡ଼ିଛି । ଭିଜିଲାନ୍ସ ଗିରଫ ପରେ ଜେଲ ଯାଇଛନ୍ତି । ଚାକିରିରୁ ସସପେଣ୍ଡ ହୋଇଛନ୍ତି । କେଉଁ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ? ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର…

ଝାରପଡ଼ା ଜେଲରେ ରାତି କାଟିଲେ ଆଇଏଫଏସ୍ ବାପା ଓ ସୌଖିନିଆ ପୁଅ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ବାପାଙ୍କ ସହ ପୁଅ ଆକାଶ ପାଠକ ବି ଜେଲରେ ରାତି କାଟିଛନ୍ତି । ହୋଟେଲ ତାଜ ସମେତ ଦେଶ ବିଦେଶର ହୋଟଲରେ ଅୟସ ଲାଇଫ ବିତାଉଥିବା ବାପା-ପୁଅ ଯୋଡ଼ି ଜେଲ ହାଓ୍ୱା ଖାଇଛନ୍ତି । ଗତକାଲି ସେମାନଙ୍କୁ ଝାରପଡ଼ା…

ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାର କିଛି ଲକ୍ଷଣ ତାଙ୍କ ନିଟରେ ଦେଖାଯିବାରୁ ସେ ସ୍ୱାବ ଟେଷ୍ଟ କରିଥିଲେ । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟରେ…

ପ୍ରଭା ପାଇଁ ରାଉରକେଲାରେ ଅଟକିଲା ୫୦ରୁ ଉର୍ଦ୍ଧ୍ବ ବସ୍

ରାଉରକେଲା: ରାଉରକେଲାରେ ଅଟକିଛି ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍ । ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ଅଭିଯୋଗ। ଏହି ଘଟଣାକୁ କେନ୍ଦ୍ର କରି ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ…

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଏବଂ…

ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଉଭୟ ବାପା ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବାର କିଛି ସମୟ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ଏହି ବାପା-ପୁଅ ଯୋଡ଼ିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ…