Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ୱାଡି ପ୍ରକଳ୍ପ ଆରମ୍ଭ; ୧୩୬ ଏକର ଜମିରେ ଫଳ ଚାଷ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ୱାଡି ପ୍ରକଳ୍ପ ଅଧୀନରେ ବିଭିନ୍ନ ଫଳ ଚାଷ କରାଯାଉଛି। ଶୁକ୍ରବାର ଦିନ କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ଦୁଇଟି ବ୍ଲକରେ ମୋଟ ୧୩୬ ଏକର ଜମିରେ କାଜୁ ଓ ଆମ୍ବ ଚାରା ରୋପଣ କରାଯାଉଛି।…

ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓଏଚଆରସିର ନୂତନ ଅଧ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ…

ଘୋଷଣା ହେଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ରୁ ୨୦୨୦ ଯାଏଁ ୫ ବର୍ଷ ପାଇଁ ଏହି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ…

ଓଡ଼ିଶାରୁ ଆଉ ୯୦୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୮୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି ।…

ବନ୍ଧା ହେଲେ କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ

ଭୁବନେଶ୍ୱର : ଗିରଫ ହେଲେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ଗିରଫ ହୋଇଥିବା ବେଳେ ଆକାଶ ବାପାଙ୍କ ପଇସାରେ…

ନ୍ୟାୟ ଦାବିରେ ପୁଣି ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମହୁତି ଘଟଣାର ୭୨ ଘଣ୍ଟା ପରେ ପୁନଶ୍ଚ ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। କଟକ ଆଠଗଡ଼ ବ୍ଲକର ତିନିଜଣ କୃଷକ ଶୁକ୍ରବାର ଦିନ ଓଡିଶା ବିଧାନସଭା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ…

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…

‘ପରୀ’ ହତ୍ୟା ମାମଲାର SIT ତଦନ୍ତ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ର ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ତଦନ୍ତ କରିବ । ଏସଆଇଟି ସ୍ତରୀୟ ତଦନ୍ତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନନ୍ସିଂରେ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ଅନୁଗୁଳ ଓ ସୁନ୍ଦରଗଡ଼ରୁ ବେଶୀ

ଭୁବନେଶ୍ୱର: କରୋନା କାୟା ମେଲାଇବା ସହ ଜୀବନ ନେଉଛି । ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ ଅଛନ୍ତି ୬ଟି ଜିଲ୍ଲାରୁ ଆକ୍ରାନ୍ତ । ଗତ କିଛି ଦିନ ହେବ…

ରାଜ୍ୟରେ କମୁଛି: ୬୦୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି । କୋରାପୁଟ…