Latest Odisha News

BREAKING NEWS

Browsing Category

ଓଡିଶା

Odisha

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…

ଘରୋଇ ହସ୍ପିଟାଲ ଲାଗି କୋଭିଡ ନିୟମ ଜାରି କଲେ ଓଡିଶା ସରକାର

ଭୁବନେଶ୍ୱର: ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ବଢୁଥିବା କରୋନା ମାମଲା ଯୋଗୁଁ ରାଜ୍ୟ ସରକାର ସାତ ଦିନ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କୁ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣ (ଆଇପିସି) ଉପରେ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ଏଜୁକେସନ୍…

ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା; ସିଲ୍ ହେଲା ଏସବିଆଇର ୨ ବ୍ରାଞ୍ଚ ଅଫିସ୍

ପାରଳାଖେମୁଣ୍ଡି: ବ୍ୟାଙ୍କ ମ୍ୟାନେଜର କରୋନା ପଜିଟିଭ ଚିହ୍ନଟ ହେବା ପରେ ପାରଳାଖେମୁଣ୍ଡିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୁଖ୍ୟ ଶାଖା କାର୍ଯ୍ୟାଳୟ ଏବଂ ଗଜପତି ଜିଲ୍ଲା ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ଶାଖାକୁ ଗୁରୁବାର ଦିନ ସିଲ୍ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ…

ନବରଙ୍ଗପୁରରେ ଆଉ ୨ ବିଏସଏଫ ଯବାନ କରୋନା ପଜିଟିଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆଉ ଦୁଇ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାନୁସାରେ, ଏହି ଦୁଇ ଯବାନ ମହାରାଷ୍ଟ୍ର ସ୍ଥିତ ନିଜ ଘରକୁ ଛୁଟିରେ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କୁ ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବା ସହ ସେମାନଙ୍କର ସ୍ବାବ୍…

ସୁନ୍ଦରଗଡରେ ଚିହ୍ନଟ ୬ ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ; ଜାଣନ୍ତୁ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ବୁଧବାର ଦିନ ୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ…

ରଥଯାତ୍ରା: କୋଭିଡ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବେ ଓଡିଶା ସରକାର

ଭୁବନେଶ୍ୱର: ପୁରୀ ରଥ ଯାତ୍ରା ଏବଂ ଶ୍ରୀଜୀଉମାନଙ୍କର ପହଣ୍ଡିରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଯଦି କୌଣସି କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରନ୍ତି, ତାହେଲେ ଓଡ଼ିଶା ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗତ ମଙ୍ଗଳବାର ଦିନ ରଥ ଯାତ୍ରା ଏବଂ ଶ୍ରୀଜୀଉଙ୍କ ପହଣ୍ଡି…

ରତ୍ନବେଦୀରୁ ଜନ୍ମବେଦୀ: ସାଂସାରିକ ତତ୍ତ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ସଂସ୍କୃତିରେ ଜଗନ୍ନାଥ ତତ୍ତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ବରଂ ସାରା ବିଶ୍ୱରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଦୃଢ ବିଶ୍ୱାସର ଆସ୍ଥାଭାଜନ ହୋଇପାରିଛନ୍ତି…

ପୁରୀରେ ସେବାୟତଙ୍କର କୋଭିଡ ଟେଷ୍ଟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାରେ ନିୟୋଜିତ ସୁଆର ମହସୁଆର, ପୁଷପାଳକ, ବିମାନ ବଡୁ ନିଯୋଗ ସେବାୟତ ମାନଙ୍କର ଗୁରୁବାର ଦିନ କୋଭିଡ-୧୯ ଟେଷ୍ଟ କରାଯିବ । ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବଗିଡିଆ ଧର୍ମଶାଳା, ପୁରୀର ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ୩ଟି ସ୍ଥାନରେ…

୧୮ କରୋନା ଯୋଦ୍ଧାଙ୍କୁ ମିଶାଇ ଗଞ୍ଜାମରେ ୫୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ।…

ଓଡିଶାରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୯୬୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…