Latest Odisha News

BREAKING NEWS

Browsing Category

ପୁରୀ

Puri

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାମନାଥ କୋବିନ୍ଦ, ୨୨ରେ ଯିବେ ପୁରୀ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନର…

ପୁରୀ: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨୨ ତାରିଖରେ ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ…

ସାହି ଭିତରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୁରୀ: ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିଲେ ଦୁର୍ବୃତ୍ତ । ସାହି ଭିତରେ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳିସାହି ଥାନା ମିଶ୍ରସାହିରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି…

ମାଡ ଖାଇଲେ ନାଗା ସାଧୁ, ହସ୍ପିଟାଲରେ ଭର୍ତ୍ତି: ଜବରଦସ୍ତ ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ କରୁଥିଲେ…

ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିବାକୁ ଯାଇ ମାଡ ଖାଇଲେ ନାଗା ସାଧୁ । ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା ଏବଂ କଥା ହାତାହାତି ପର୍ଯ୍ୟନ୍ତ…

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ…

ଓମ୍ ନମଃ ଶିବାୟ: ବାଲୁକା କଳାରେ ମହାଦେବଙ୍କ ଆରାଧନା

ପୁରୀ: ବାଲୁକାକଳାରେ ଦେବ ଦେବ ମହାଦେବଙ୍କ ଆରାଧନା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶିବଲିଙ୍ଗ ସହ ବାଲିରେ ନିର୍ମାଣ କରିଛନ୍ତି ହର-ପାର୍ବତୀଙ୍କ ପ୍ରତିମୂର୍ତ୍ତି । ଏହାସହ…

ପୁରୀ ଆସିବ ଏନଏସଜି ଟିମ୍: ୧୮ ତାରିଖରେ ଶ୍ରୀମନ୍ଦିର ସୁରକ୍ଷାର କରିବେ ଯାଞ୍ଚ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ…

ପୁରୀ ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ । ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଜାରି ହୋଇଛି । ମନ୍ଦିରଠାରୁ ୨୦୦ମିଟର…

ଶ୍ରୀକ୍ଷେତ୍ରରେ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ବଡଦାଣ୍ଡ ସେବା

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବଡଦାଣ୍ତ ସେବା । ମୋ ଧାମ, ମୋ ଗର୍ବ ଅଭିଯାନରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରତି ଶନିବାର ସକାଳ ସାଢ଼େ ୬ଟାରୁ ସାଢ଼ା ୮ଟା ଦୁଇ ଘଣ୍ଟା ବଡ଼ଦାଣ୍ଡ ସେବା କରାଯିବ । ଏହି ଅଭିଯାନରେ ସ୍ୱେଚ୍ଛାକୃତ ଭାବରେ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଫାଲଗୁନ୍ କୃଷ୍ଣ ପଞ୍ଚମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ…

ବାଲୁକାକଳା ମାଧ୍ୟମରେ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ…