Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ…

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ କଥା ହେଲେ

ଭୁବନେଶ୍ୱର: ପିପିଲି ଓ ଡେଲାଙ୍ଗବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ବ୍ଲକକୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ମୋଟ୍ ୭୦ କୋଟି ଟଙ୍କାର ପ୍ରକଳ୍ପ । ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପିପିଲି ଓ ଡେଲାଙ୍କବାସୀଙ୍କ ସହ କଥା…

ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ରାଜନୈତିକ ଦଳ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଆଜି ଡେଲାଙ୍ଗ ଓ ପିପିଲି ଜନସାଧରଣଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଏହି…

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ । ପରମ୍ପରା…

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ନିଜ ହାତ ଓ ବେକ କାଟି ଦେଲା । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏକ ଡକାୟତି ମାମଲାରେ  ତାଳବଣିଆ ଥାନା ପୋଲିସ ୫ଜଣ…

ଶ୍ରୀମନ୍ଦିରରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ । ସୁଆର ସେବାୟତ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ବେଳେ ଇଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାର ମେଡିକାଲରେ…

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ…

ପୁରୀ ପୋଲିସର ସ୍ପେଶାଲ୍ ଅପରେସନ: ବିଭିନ୍ନ ସ୍ଥାନରୁ ୧୦ ଡକାୟତ ଗିରଫ

ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଜବତ ହୋଇଛି । ପୁରୀ…