Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ପୁରୀ: ଆଉ ତିନି ଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏହାସହ ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଖୋଲିବ । ୯ମାସ ପରେ କୋଭିଡ୍ କଟକଣା ମାନି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ତାପୂର୍ବରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିଥିଲେ । ପ୍ରାକୃତିକ ପ୍ରଣାଳୀରେ…

ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶୀଘ୍ର ଖୋଲାଯାଉ । ଏହି ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ସେ ସକାଳୁ ସକାଳୁ ପୁରୀରେ ପହଞ୍ଚିଥିଲେ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ପୁରନ୍ଦେଶ୍ୱରୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ…

ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପୁରୀ: ବାସେଳି ସାହି ଥାନା ବାଲି ସ୍କୁଲ ନିକଟରେ ହୋଇଥିବା ଛୁରା ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ବାସେଳି ସାହି ଥାନା ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ୱାଇଁ ଓ ଲୋକନାଥ ରୋଡ୍ ଅଞ୍ଚଳର ଲୋକନାଥ ମିଶ୍ର । ଭାଗ୍ୟଧର ହରିଚନ୍ଦନଙ୍କ ପତ୍ନୀ ଗୀତାଞ୍ଜଳିଙ୍କ…

[ଭିଡିଓ] ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ

ପୁରୀ: ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ । ଆଜି ଏପରି ଏକ ଘଟଣା ପୁରୀ କଲ୍ୟାଣପୁର ଗାଁରେ ସାମ୍ନାକୁ ଆସିଥିଲା । ବୁଧବାର ରାତିରେ ବିଶ୍ୱଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ଏକ ନାଗସାପ ପସିଯାଇଥିଲା । ଭୟରେ ବିଶ୍ୱଜିତଙ୍କ ପରିବାର ଲୋକେ ସାପଟିକୁ ଘଉଡାଇବାକୁ ଚେଷ୍ଟା…

ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ

ପୁରୀ: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ । ପିନରେଷ୍ଟ ନାମକ ଏକ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ସେବାୟତ ଏତଲା…

ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣ । ଏଥିରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ୪ଟାରେ ସୁଇପର କାମ କରିବା ପାଇଁ ଯିବା ସମୟରେ…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ…