Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା…

ବଡ଼ଦାଣ୍ଡରେ ଘର କରିଥିବା ଲୋକ କେବଳ ଛାତ ଉପରୁ ଦେଖିପାରିବେ ରଥଯାତ୍ରା

ପୁରୀ: ରଥଯାତ୍ରା ପ୍ରସ୍ତୁତି ଜୋରଦାର ହେଲାଣି। ଆଜି ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରଶାସନିକ କର୍ମଚାରୀ, ପୋଲିସ ଓ ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍ ୩୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ…

ତିନି ଦିନଆ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପୁରୀ: ତିନି ଦିନିଆ ଗସ୍ତରେ ଆଜି ପୁରୀରେ ପହଞ୍ଚିଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି…

ସେବାୟତଙ୍କୁ ସାନିଟାଇଜର ଓ ମାସ୍କ

ପୁରୀ  : କୋଭିଡ ସଂକ୍ରମଣରୁ ସେବାୟତ ମାନେ ସୁରକ୍ଷିତ ରହି ପାରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଗକୁ ରଥଯାତ୍ରା ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ ସାନିଟାଇଜର ଓ N95 ମାସ୍କ ଯୋଗାଇ ଦେଇଚି । ପ୍ରଥମେ ଦଇତା ପତି…

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କର ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ସୁସ୍ଥ ହେବେ ମହାପ୍ରଭୁ । ଜ୍ୱର ପୀଡ଼ା ଲାଘବ ପାଇଁ ଆଜି ଶ୍ରୀଜିଉଙ୍କର ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଇଥାଏ । ପୁରୀର ବଡ଼…

ଜୋରସୋରରେ ଆଗେଇ ଚାଲିଛି ରଥ ଯାତ୍ରା କାମ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି କରାଯିବ । ରଥଯାତ୍ରା…

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ…

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ

ପୁରୀ: ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ଦେବାସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ବଡ଼ଦେଉଳରୁ ସ୍ନାନ ମଣ୍ଡପକୁ ଓହ୍ଲାଇଛନ୍ତି ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ…

ଡକାୟତି ଉଦ୍ୟମ ବିଫଳ, ୬ ଗିରଫ

ପୁରୀ : ଡକାୟତି ଉଦ୍ୟମ ବିଫଳ | ତାଳବଣିଆ ଥାନା ପୋଲିସ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ପାଟ୍ରୋଲିଂ ସମୟରେ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ଏକ ୬ ଜଣିଆ ଡ଼କାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର…