Latest Odisha News

BREAKING NEWS

Browsing Category

ଗଳ୍ପ

ଅନୁବାଦ ଗଳ୍ପ : ପରିଚିତ ମୁହଁ, ଅଜଣା ସମ୍ପର୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୩   ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’ ୟା’ ଭିତରେ କେତେବେଳେ ଛତିଶ ବର୍ଷ ବିତି ଯାଇଥିଲା । ଏତେଦିନ ପରେ ମୁଁ ପୁଣି ଥରେ ମୋ ଜନ୍ମସ୍ଥାନକୁ ବୁଲି ଆସିବାର ସୁଯୋଗ ପାଇଥିଲି । ସ୍ମୃତିପଟ୍ଟରୁ ଧୀରେ ଧୀରେ ଲିଭି ଆସୁଥିବା ରାସ୍ତାଘାଟମାନଙ୍କୁ…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

ଅନୁବାଦ ଗଳ୍ପ : ବଦଳିଗଲା ମୋହର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୨   ମୂଳ ହିନ୍ଦୀ: କୃଷ୍ଣା ସୋବତୀ   ଦେହରେ ଖଣ୍ଡେ ଖଦଡ଼ ଚାଦର ଘୋଡ଼େଇ ହୋଇ ଓ ହାତରେ ଜପାମାଳଟି ଧରି ଶାହନୀ ନଦୀକୂଳରେ ପହଁଞ୍ଚିଲା  ବେଳକୁ ପୂର୍ବ ଆକାଶରେ ସିନ୍ଦୂରା ଫାଟି ଆସୁଥିଲା । ଆଖି ପହଁଞ୍ଚିଲା ପର୍ଯ୍ୟନ୍ତ ଆକାଶରୁ ଅନ୍ଧାରର…

ଗଳ୍ପ : ମୃତ ପ୍ରଜାପତି

ପ୍ରସେନଜିତ୍ ସେଠୀ  ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ…

ଅନୁବାଦ ଗଳ୍ପ : କୁଲସୁମ୍‍

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୧   ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‍ଗଲ  ତା’ଲାଗି ବୁଢ଼ା କ’ଣ ସବୁ ଆଣିଥିଲା? ବିଚଳିତ ଭାବରେ ପଦଚାରଣ କରୁଥିବା ଯୁବ ସ୍କୁଲ ମାଷ୍ଟରଙ୍କ ପାଦ ଶବ୍ଦ କୁଡ଼ିଆ ଭିତରେ ମିଳେଇଗଲା । କୁଡ଼ିଆ ଭିତରେ ଗୋଟିଏ କଡ଼କୁ ଚାହିଁ ଦେଖିଲି…

ଗଳ୍ପ : ଆକାଶ କଇଁଆ ଚିଲିକା ମାଛ

ଶ୍ୱେତପଦ୍ମା ପାଢ଼ୀ  ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଦୀପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଚ୍ଛାକୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ । ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ…

ଅନୁବାଦ ଗଳ୍ପ : ଟାଙ୍ଗାବାଲା ମହମ୍ମଦ

ମୂଳ ସିନ୍ଧି: ରାମ ପଞ୍ଜୱାନୀ  ଦେଶ ଭାଗ ଭାଗ ହେବାକୁ ତଥାପି କିଛି ଦିନ ବାକି ଥିଲା ।ହେଲେ ବିଭାଜନର ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା । ଏ ଖବର ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କୁ ଗୋଟାପଣେ ବ୍ୟସ୍ତବିବ୍ରତ କରିପକାଇଥିଲା । କିନ୍ତୁ ଏ ସମ୍ବାଦ ଶୁଣି ମୁସଲମାନ ଲୋକମାନେ ଖୁବ୍…

ଅନୁବାଦ ଗଳ୍ପ : ଗୁଳ୍ମ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୯  ମୂଳ ପଞ୍ଜାବୀ: କୁଲୱନ୍ତ ସିଂହ ଭିର୍କ  ଏଇଟା ହେଲା ପାକିସ୍ତାନର ଘଟଣା । ପାକିସ୍ତାନ ବିଷୟର ଘଟଣା । ସେତେବେଳକୁ ପାକିସ୍ତାନ ମାତ୍ର ତିନି ଚାରିମାସ ହେବ ନୂଆକରି ସୃଷ୍ଟି ହୋଇଥାଏ । ସେଠାକାର ସବୁ ସହର,ବଜାର ଭାଙ୍ଗିରୁଜି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୮ ମୂଳ ହିନ୍ଦୀ: ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’  ବଗିର ଝର୍କାପଟେ ପୁଡ଼ାଟା କୌଣସି ମତେ ଗଳେଇଦେଇ କୋଳରେ ଧରିଥିବା ସାନପୁଅ ଅବିଦକୁ ବି ସୁରେୟା ସେଇପଟେ ଗୋଟିଏ ସିଟରେ ଥୋଇଦେଲା । ତା’ପରେ ତରତର ହୋଇ ବଡ଼ପୁଅ ଝିଅକୁ ଟେନ୍‍ ଡବାଟାର ପାହାଚ…