Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…

କବିତା : ବିସର୍ଜନ

ମମତା ବିଶ୍ୱାଳ ପୁହାଣ  ଅସରନ୍ତି ବିଶ୍ୱାସର ସମ୍ମୋହନକୁ ଛୁଇଁ ଦେବୀଟିଏର ଆଜି ବାହୁଡ଼ିବାର ବେଳା। ନିଃଶେଷ ହେଇ ଆସୁଛି ଦେବୀପକ୍ଷର ସ୍ୱପ୍ନ। ଅନ୍ତିମ ଦୃଶ୍ୟପଟକୁ ଘେରି ରହିଛି ଅନ୍ଧାରର ପ୍ରଗାଢ କୋହ, ଅସୁମାରି ଆସ୍ଥାର ସ୍ପନ୍ଦନକୁ ସାଥିରେ ନେଇ ଫେରି ଯାଉଛି ମୃଣ୍ମୟୀ।।…

କବିତା : ମାଆଙ୍କ କ୍ଷୋଭ

ଆରତୀ ପଟ୍ଟଯୋଷୀ  ବିରଷ ବଦନେ ମାତା କାତ୍ୟାୟନୀ ବସିଥିଲେ କୈଳାସରେ, ପଚାରିଲେ ଶିବ ଆଗୋ ପ୍ରାଣପ୍ରିୟା କି ହୋଇଛି କହ ବାରେ। କାହିଁକି ଶୁଖିଛି ତୁମ ଚନ୍ଦ୍ର ମୁଖ କିସ ଅଭାବ ରହିଲା, ମନଖୋଲି କୁହ ମୁଁ, ଯେ ଦେବଦେବ କିଏ ଅବା କି କହିଲା। ସ୍ବାମୀ ମୁଖୁ ଶୁଣି ଶ୍ରୀମଧୁର ବାଣୀ…

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଶରୀର ଉପରେ ପହରା ଉଡ଼ି ଯାଉଛି ମନ ସାଥି କେବଳ ନିର୍ଜନତା ହଜିଗଲେ କାହାର ସ୍ୱଜନ କ୍ରନ୍ଦନତ ସର୍ବଦା କରୁଣ। ଉତ୍ସବ ମାନୁ ଆମ ଜନ୍ମଦିନରେ ମରଣ ଦିନ କାହିଁକି କରୁନା ପାଳନ ଅନ୍ତିମ ଯାତ୍ରାର ଅବସରେ ହୁଏତ ଏହା କୁଲକ୍ଷଣ। ଅନ୍ତର…

କବିତା : ଦେବୀ

ମାନସ ରଞ୍ଜନ ମହାପାତ୍ର  କେବେ ସରିଯିବ ଏ ରହସ୍ୟର ଦିନସବୁ,କେବେ ? କେଉଁ ଅଜଣା ଶତାବ୍ଦୀରେ ଆମେସବୁ ଗପୁଥିବୁ ଅଧରାତି ଯାଏଁ ଖଟିରେ କେବେ ମୋର ଅଲିଅଳି ଝିଅ ଉଡି ବୁଲିବ ଚଢେଇଟେ ହେଇ ଆକାଶରେ ଜାଣ, ଏବେ ସବୁଆଡେ ବନ୍ଦ ବନ୍ଦ ଆକାଶ,ପବନ,ଅଗ୍ନି ଜଳମଗ୍ନ ପୃଥିବୀ, ନିରବ ସବୁ ହୃଦୟ…

କବିତା : ମାଆ

ମଞ୍ଜୁଲତା ସାହୁ  ଶକ୍ତି ପ୍ରଦାୟିନୀ ରିପୁ ନାଶିନୀ ମାଆ ଆସୁଥିଲ ଆସୁଥିବ, ଆବାହନୀରେ ତା ଚୌଦିଗ କମ୍ପିବ ହୃଦୟ ଦୁଲୁକି ଯିବ । ଆବାହନ ପରେ ବିସର୍ଜନ ପୁଣି ସୃଷ୍ଟିର ନିୟମ ରଖି, ପାର୍ବଣର ଋତୁ ରହିବ ନିରବ ସାଜିବ ମାଆ ନିଜେ ସାକ୍ଷୀ । ମୋକ୍ଷ ଦାୟିନୀ ସିଦ୍ଧିଦାତ୍ରୀ ଆଗୋ…

କବିତା : କରୁଣାକର ହେ କରୁଣା ହେଉ

ପ୍ରେମଲତା ସାହୁ  କରୁଣାକର ହେ କରୁଣା ହେଉ ! ତୁମ୍ଭ ନାମ ଜପି ଜୀବନ ଯାଉ କରୁଣାକର ହେ କରୁଣା ହେଉ ! ।୦। ତୋତେ ଦେଖିବାକୁ ମନ ଉଚ୍ଛନ୍ନ, ନିତି ରଜନୀରେ ଦେଖେ ସପନ, ଫୁଲେଇ ହେଉ ଗେହ୍ଲେଇ ହେଉ ମୁରୁକି ମୁରୁକି ତୁ ହସୁଥାଉ କରୁଣାକର ହେ କରୁଣା ହେଉ ! ।୦୧। ଭକତିର ଦୀପ…

କବିତା : ମଉଳା ଗଜରା

ଭାରତୀ ସରିତା ମହାନ୍ତି  ମନ ପ୍ରଜାପତି ଉଡି ବୁଲୁଥିଲା ଡେଣା ଦୁଇ ହେଲା ଚ୍ୟୁତ ରଙ୍ଗହୀନ ଦେହ ତୁଟାଇଲା ମୋହ ଝୁରେ ବସି ସେ ଅତୀତ। ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି ଫୁଲର ସୌନ୍ଦର୍ଯ୍ୟ ଦେଖେ ରଙ୍ଗହୀନ ସେହି ଜୀବନକୁ ନେଇ କେମିତି ବଞ୍ଚିବ ସୁଖେ? ଫଗୁଣର ରଙ୍ଗ ପଡିଗଲା ଫିକା…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

କୁଳାଙ୍ଗାର ଉବାଚ : ଦୁର୍ଗାସ୍ତୁତି ୨୦୨୧

ଆସ ମାଆ ଏ ଧରାକୁ ଭଗବତୀ କାଳାଭ୍ୟାବାଂ ଆସ ପୁଣିଥରେ ; ଛୋଟମନେ ଗଢିଅଛୁ ପ୍ରକଟିତ ହୁଅ ମାହେଶ୍ବରୀ ଛୋଟ ପ୍ରତିମାରେ! ଆସ ମାଆ ଲହ ଲହ ଜିହ୍ବା ଧରି ଖଣ୍ଡା ଖର୍ପର ଧାରଣୀ ସଂହାରିଣୀ ବେଶ ; ବହୁକାଳ ଘାଣ୍ଟିଲାଣି କୋଭିଡ ୧୯ ତାକୁ ନିଶ୍ଚେ କରିଦେବ ଧ୍ବଂସ! ଆସ ମାଆ ସର୍ବଶକ୍ତି…