Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ଉଲଗ୍ନ ରାଜା

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଅନୁବାଦ : ସରଳ କୁମାର ଦାସ  ସମସ୍ତେ ଦେଖୁଛନ୍ତି ଯେ, ରାଜା ଉଲଗ୍ନ, ତଥାପି ସମସ୍ତେ ହାତତାଳି ମାରୁଛନ୍ତି । ସମସ୍ତେ ଚିତ୍କାର କରୁଛନ୍ତି, ସାବାସ, ସାବାସ ! କାହାରି ମନରେ ସଂସ୍କାର, କାହାରି ଭୟ; କିଏ ବା ନିଜ ବୁଦ୍ଧିକୁ ଅନ୍ୟ ମଣିଷ…

କୁଳାଙ୍ଗାର ଉବାଚ : ପେଟ୍ରୋଲ ପ୍ରେମକଥା

ଆନ୍ଦୋଳନ  ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ଅଧିକ ଅଧିକ ବଢୁଛି; ଏହା ଦେଖିକରି ଖାଉଟି ବିଚରା ଗାଳିମନ୍ଦ କରି ରଡୁଛି! ଦିନୁଁଦିନ କିନ୍ତୁ ରାସ୍ତାରେ ଅଧିକ ନୂଆନୂଆ ଗାଡି ଗଡୁଛି; ପ୍ରତିବାଦ କରି ରାଗରେ ମଣିଷ ବୋଧେ ପେଟ୍ରୋଲ ଓ ଡିଜେଲ ପୋଡୁଛି!! କନ୍ୟା ସୁରକ୍ଷା…

କବିତା : ନନ୍ଦିଘୋଷ

ଅଜୟ କୁମାର ମହାନ୍ତି  ପ୍ରସ୍ତୁତିର‌ ପର୍ବ ପ୍ରାୟ ଶେଷ ବଡ଼ଦାଣ୍ଡରେ ସଜ୍ଜିତ ତିନି ରଥ ସବୁ ଚାଲିଛି ଵ୍ଯବସ୍ଥା ମୁତାବକ ରଥେ ବିଜେ ହେବେ ଜଗନ୍ନାଥ। ପହଣ୍ଡିରେ ବିଜେ ହେବେ ଦର୍ଶନେ ଆତୁର ଦେଶ ବିଦେଶ ରଥଯାତ୍ରା ପାଇଁ ହେଇ ସଜବାଜ ଦାଣ୍ଡେ ଗଡ଼ିଯିବ ନନ୍ଦିଘୋଷ।। ମନରେ ଦୁଃଖର…

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା  କାଳିଆ ସାଆନ୍ତେ ଡାକନ୍ତି ସଭିଏଁ ଧନୀ, ଦୀନ, ହିନ ଜନ ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ ଫେଡି ଯେ ' ଦୁଇ ନୟନ।। ହରିବୋଲ ହୁରି ହୁଳହୁଳି ଡାକେ ହରି ଥା'ନ୍ତ ଭକ୍ତ ମନ ହେ ଚକା ନୟନ କରୁଣା ସାଗର କପାଳେ ଦେଇ ଚନ୍ଦନ ।। ମନ କି ବଳୁନି ସୁନା ବେଶ ଲାଗି…

କବିତା : ମାଦଳା ୨୦୨୧

ପ୍ରମେଶରଙ୍କ ରଥ ବଡଦାଣ୍ଡେ ଗଡିଲା କେତେ ନୂଆ ନୂଆ କଥା ଘଟିଲା ନିରିଘଣ୍ଟ କାଳରେ ନୀତି ବଢିଲା ଧାଡି ପହଣ୍ଡିରେ ଟାହିଆ ଝୁଲିଲା ଗଜପ୍ତି ଛେରା ପହଁରା କଲେ ଏସନ ବିରଳ ଯାତ ବୋଲି ମାନିଲେ ସ୍ନାହାନ ବେଦିକୁ ଆସିନଥିଲେ ଗୁରୁଜୀ ରଥରେ ଦରଶନ କଲେ ସବୁ ପ୍ରମେଶରଙ୍କ ଲୀଳା ବୋଇଲେ ।…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…

କୁଳାଙ୍ଗାର ଉବାଚ : ହୋ ଭଗତେ ୨୦୨୧

ହୋ ଭଗତେ... ହୋ...  ରଥ ଯାଏ ଗଡି.. ଚକ ଯାଏ ଗଡି, କବାଟ ଫାଙ୍କରେ ଚାହିଁଲା ବେଳକୁ ବୁଢାକୁ ଟାଣୁଛି ବୁଢୀରେ.... ଡିଡ୍ଡାଣି.. ଡିଡ୍ଡାଣି... ଡାଆଣି.....। ହୋ ଭଗତେ... ହୋ... ବସ ଚାଲୁ ନାହିଁ.. ତାଲା ବନ୍ଦି ପାଇଁ, ବଡଲୋକ ବୋଲି ସିଏ ତାବେଳକୁ ଦେଖ ଗଳାବାଟ…

କବିତା : ଅଷ୍ଟମ ଗର୍ଭର ଝିଅ

ମାନସ ରଞ୍ଜନ ମହାପାତ୍ର ଅଷ୍ଟମ ଗର୍ଭରେ ଶୂନ୍ୟରୁ ମିଳିଥିବା ଝିଅ ମିଳେଇଯାଏ ପବନରେ ଅଜାଣତରେ ଦିଗବଳୟରେ ସମଗ୍ର ଇତିହାସକୁ ବଞ୍ଚେଇରଖିବାକୁ ସବୁକାଳେ ବଳିପଡନ୍ତି ଝିଅମାନେ କେବେ ବଞ୍ଚେଇବାକୁ ଇଶ୍ଵର ତ କେବେ ରାଜମୁକୁଟ ହଜିଯାଏ ଗୋଟେ କୋମଳ ସ୍ଵର ଜୟଜୟକାର ନିନାଦରେ…

କବିତା : ସ୍ୱପ୍ନ

ରବି ପଣ୍ଡା  ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ ମୁହେଁ ତା' ଝଲସୁଥାଏ ମାୟାବିନୀ ଝକମକି ହସ କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ। କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ ଛାତିରେ ଛାତିଏପ୍ରେମ,…

ଅନୁବାଦ କବିତା : ବୟସ କଥା କିଏ ପଚାରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ ଅନୁବାଦ : ସରଳ କୁମାର ଦାସ ଘରଟା ଯେମିତି ହେଇଥିଲେ ବି ....... ତା'ର ଗୋଟେ କୋଣରେ .... ... ମନଖୋଲା ହସିବା ଲାଗି ଜାଗାଟିଏ ରଖ ... ସୂର୍ଯ୍ୟ ଯେତେ ଦୂରରେ ଥିଲେ ବି..., ତାଙ୍କୁ ଘରକୁ ଆସିବାକୁ ବାଟ ଦିଅ ..., ବେଳେ ଅଧେ ଛାତରେ…