Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଏଥର ବି ଅପେକ୍ଷା

ସଂଘମିତ୍ରା ରାଏଗୁରୁ ହେ ସ୍ରଷ୍ଟା ! ତୁ କି ଦେଖିନୁ କ'ଣରୁ କ'ଣ ପାଲଟିଯାଇଛି ତୋ ହାତଗଢା ସୃଷ୍ଟି ଆଶ୍ଚର୍ଯ୍ୟ ! ଏତେ ପରେ ବି ତୋ ନୀରବତା ଅସମ୍ଭବ ଜଡତା କିଏ ଜାଣେ କି ଲାଗି ଏ ବେପରୁଆ ନୀତି ତଥାପି , ଫି ଥର ପରି ଏଥର ବି ଆଶାର ଦୀପଟେ ଜାଳିଛି ନନ୍ଦିଘୋଷକୁ ଅପେକ୍ଷା…

ଭାଷା ଭାଗବତ :ଧୂମାଚ୍ଛନ୍ନ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ସ୍ମୃତି ହେଲାଣି ଧୂମାଚ୍ଛନ୍ନ ଅସ୍ପଷ୍ଟ ଗତ ଚିତ୍ରମାନ ଅସ୍ଥିର ହେଉଅଛି ମନ ସତେ କି ସରିବ ଜୀବନ ? ହୋଇ ପ୍ରତ୍ୟାଶା ବିବର୍ଜିତ ରହିଲେ ସଦା କର୍ମରତ ମିଳୁଛି ନୂଆ ଏକ ସ୍ବାଦ ଟଳୁଛି ଆସନ୍ନ ବିପଦ କାଳ ହିଁ କରେ ମୋତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ…

ସାହିତ୍ୟ ଜନ-ଜୀବନ ସହ ଯୋଡ଼ି ହୋଇ ରହୁ : ମାନିନୀ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନିନୀ ମିଶ୍ର । ଏକାଧାରରେ ଜଣେ କବୀ , ପ୍ରାବନ୍ଧିକା ଏବଂ ଏକ ଅଗ୍ରଣୀ ଦୈନିକ ଖବର କାଗଜର ସାହିତ୍ୟ ବିଭାଗର ସମ୍ପାଦିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ । ବିଶେଷ ଭାବରେ ବିପ୍ଳବଧର୍ମୀ କବିତା ରଚନା କରିବାରେ ସେ…

ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ

Weଭୁବନେଶ୍ୱର : ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ…

ଅନୁବାଦ ଗଳ୍ପ : କାଠଗଡ଼ାରେ ଈଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୧ ମୂଳ ପଞ୍ଜାବୀ: ଗୁଲଜାର ସିଂହ ସାନ୍ଧୁ ପୀରବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପ୍‌ଚାପ୍‌ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେ ବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ…

କବିତା : ସକାଳ ଜଣାଣ

ଗୋଦାବରୀଶ ଦାସ ଗୁଣ୍ଡିଚା ମାଉସୀ ଜଗିଥାଲୋ ଵସି ଚାହିଁଥା ଶରଧା ବାଲି ଭାଇ ଭଉଣୀଙ୍କୁ ସଙ୍ଗତରେ ଘେନି କାଳିଆ ଆସିବ କାଲି। ସାଜିଲାଣି ରଥ ଉଡିଲାଣି ନେତ ସିଂହଦ୍ବାରେ ତିନିରଥ ପଣ୍ଡା ପଢିଆରି ପକାଇଲେ ହୁରି ଜୟଜୟ ଜଗନ୍ନାଥ। ବରଷକେ ଥରେ ଘୋଷ ଯାତରାରେ ଆସିବେଲୋ ଝୁଲିଝୁଲି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୯ )

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଏହା ସେହି ସମୟର କଥା ଯେତେବେଳେ ଲଙ୍କେଶ୍ୱର ତାଙ୍କ ସୈନ୍ୟ ସହିତ ଅଳକାପୁରୀ ଆକ୍ରମଣ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟ। ସୈନ୍ୟମାନେ ବିଶ୍ରାମ ନେଇଥାଆନ୍ତି। କୁବେରଙ୍କ ପ୍ରାସାଦରୁ ଅପ୍ସରାମାନଙ୍କର ନୃତ୍ୟ ସଙ୍ଗୀତର ଶବ୍ଦ ଭାସି…

ଭାଷା ଭାଗବତ : ମୁହିଁ ଏକାଧିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୫  ଏକ ନୁହେ ମୁଁ, ଏକାଧିକ ଅଂଶ ଗଠିତ ଜଣେ ଲୋକ ମୋର ପ୍ରତ୍ୟେକ ଜୀବକୋଷ କରଂତି ସୃଷ୍ଟି ଓ ବିନାଶ ମୋର ପୂର୍ବପୁରୁଷଗଣ ମୋ ଦେହେ କରି ଅବସ୍ଥାନ ଦିଅଂତି ସୁଗୁଣ ଦୁର୍ଗୁଣ ମୁଁ କରେଁ ସେ ସବୁ ଧାରଣ ନିଜକୁ ଏକ ବୋଲି ଭାବି…

କୁଳାଙ୍ଗାର ଉବାଚ : ଦୋଷ ଫୁଲର

ଯଦି ଫୁଲ ନଥାନ୍ତା ପ୍ରେମ ନଥାନ୍ତା, ଯଦି ପ୍ରେମ ନଥାନ୍ତା ପ୍ରତାରଣା ନଥାନ୍ତା ଯଦି ପ୍ରତାରଣା ନଥାନ୍ତା ମାମଲା ନଥାନ୍ତା, ଯଦି ମାମଲା ନଥାନ୍ତା ୟୁଟୁବ ଚାନେଲ ନଥାନ୍ତା! ଯଦି ଫୁଲ ନଥାନ୍ତା ସୁଗନ୍ଧ ନଥାନ୍ତା, ଯଦି ସୁଗନ୍ଧ ନଥାନ୍ତା ଦୁର୍ଗନ୍ଧ ନଥାନ୍ତା ଯଦି ଦୁର୍ଗନ୍ଧ…