Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନିଜ ପାଇଁ ଚିଠି  ଏଇ ଚିଠି- ମୋ' ନିଜ ପାଇଁ । ନିଜଠୁ ନିଜକୁ ଦୂରେଇ , କୌଣସି ନା କୌଣସି ଆଳରେ ନିଜର ସ୍ୱରୂପକୁ ସାମ୍ନା ନକରି , ନିଜର ସ୍ଥିତିକୁ ଯେଉଁଠି ସେଇଠି ଓହଳେଇ ଆଉ କାହା ସ୍ଥିତିର ଖୋଳପାରେ ଖୋଜି ଆସୁଥିବା ରଙ୍ଗବେରଙ୍ଗର ସ୍ଥିତି ପାଇଁ ମୁଁ ମୋ ଭିତରେ ଅପର୍ଯ୍ୟାପ୍ତ ଧଇଁସଇଁକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୫ ସବୁ ଚାଲିଛି ନିର୍ଦ୍ଦିଷ୍ଟ ଭାବରେ। ଯେମିତି ପୃଥିବୀ ଘୂରୁଛି, ଜହ୍ନ ହସୁଚି, ମେଘ ଝୁଲୁଚି, ସମୁଦ୍ର କଡଲେଉଟଉଚି ତାଳ ଆଉ ଛନ୍ଦରେ । ସୂର୍ଯ୍ୟ  ସ୍ଥିର , ସେମିତି ମନଟା ହୁଅନ୍ତାନି ! ସାଇକେଲ ନୂଆ ଆସିବା ଦିନ, ଖୁସିରେ…

ଶ୍ରୁତକୀର୍ତ୍ତୀ ତ୍ରିପାଠୀଙ୍କ ‘ରଙ୍ଗ ତୂଳିର ଜୀବନ’ ଉନ୍ମୋଚିତ

କଟକ : ଗାଳ୍ପିକା ଶ୍ରୁତକୀର୍ତ୍ତୀ ତ୍ରିପାଠୀଙ୍କ ଗଳ୍ପ ସଙ୍କଳନ 'ରଙ୍ଗ ତୂଳିର ଜୀବନ' ସ୍ଥାନୀୟ ଆୟକର କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ , ସାହିତ୍ୟରେ ପରିପୂର୍ଣ୍ଣ ଜୀବନ…

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା। ଲୁହର ରଙ୍ଗ…

ଭୀମ ପୃଷ୍ଟି ପାଇଲେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଲେଖକ, କବି ଓ କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପ୍ରଦାନ…

ଅନୁବାଦ ଗଳ୍ପ : ରାବୀ ଆର ପାରି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩ ମୂଳ ହିନ୍ଦୀ: ଗୁଲଜାର  ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ  ମୁଁ ଜାଣି ପାରେନି, ଦର୍ଶନ ସିଂହ କେମିତି ପାଗଳ ହୋଇ ଯାଇନଥିଲା! ତା’ ବାପା ଘର ଭିତରେ ଥାଇ ମଲା । ତା’ ମା’ ଗୁରୁଦ୍ୱାରାର ସେଇ ଧ୍ୱଂସସ୍ତୂପ ଭିତରେ କୁଆଡ଼େ ହଜି ଯାଇଥିଲା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୪ ରଞ୍ଜୁ  ଏବେ ଏବେ  ଭାବି ନେଇଛି, ଆସୁଯେତେ ବାଧାବିଘ୍ନ  ଲକ୍ଷ୍ୟପଥରେ ଆଗେଇବ ନିଷ୍ଠାର ସହ ଆଗକୁ ଆଗକୁ,  ଢେର ଆଗକୁ।  ବାପା ନୀରବରେ ଚାଲିଗଲେ ହଠାତ୍ କାହାକୁ କିଛି  ନକହି, ଅକସ୍ମାତ୍  ସହରର ସବୁବତୀ ଲିଭିଯାଏ…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩ ଦାଦା ଭାଇଙ୍କର  କୋଣିକିଆ ହୋଇ ସୁନ୍ଦର  ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ।  ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର ବଡ ବଡ ଧାଡିଏ ଫୁଲ  ତଳ ପଟେ, ଆଉ ଉପରକୁ …