Latest Odisha News

BREAKING NEWS

ହିନ୍ଦୀ ଓ ହିନ୍ଦୀ ଦିବସ

କିଶୋର ମହାନ୍ତି 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖ ବିଧିବଦ୍ଧ ଭାବରେ ‘ହିନ୍ଦୀ’ ଭାଷାକୁ ରାଜଭାଷା ବୋଲି ଘୋଷଣା କଲେ । ଏହା ସର୍ବସମ୍ମତିରେ ଗୃହୀତ ହେଲା । ପରେ ୱାର୍ଦ୍ଧାର ଅନୁରୋଧ କ୍ରମେ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ସାରା ଭାରତରେ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି । ଏହି ସପ୍ତାହ ବ୍ୟାପି ସମାରୋହରେ ହିନ୍ଦୀ ଭାଷାର ମୌଳିକତା, ବିଶେଷତା ସମ୍ପର୍କରେ ଆଲୋଚନା, ସମ୍ପାନ, ଚର୍ଚ୍ଚା, ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଏହି ଦିନ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ହିନ୍ଦୀ ଭାଷାରେ ସମ୍ପନ୍ନ ହୁଏ । କଲେଜ ତଥା ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ଓ ସବୁଠାରୁ ଭଲ କରିଥିବା ଛାତ୍ର ଓ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥାଏ ।

ହିନ୍ଦୀ ଭଷାଟି ସାଧାରଣରେ ସରଳ ଓ ସମୃଦ୍ଧ ଭାଷା । ହିନ୍ଦୀ ଭାଷାର ପ୍ରଭାବ ବିଦେଶରେ ବି ରହିଛି ଓ ଚାହିଦା ବଢିଛି। ବିଦେଶୀମାନେ ଏହି ଭାଷାକୁ ଶିଖିବାକୁ ବେଶୀ ଆଗ୍ରହୀ । ସାରା ଭାରତରେ ଯୋଗସୂତ୍ର କାରି ଭାଷା ହେଉଛି ହିନ୍ଦୀ । ଏହାକୁ ସବୁଲୋକ ବୁଝି ପାରିବେ, ଶିଖି ପାରିବେ, କହି ପାରିବେ।

ଏକଦା ଜାତିର ପିତା ମହାତ୍ମାଗାନ୍ଧୀ ଏହା ସାଧାରଣ ଜନତାର ଭାଷା ବୋଲି କହିଥିଲେ । କହିବାକୁ ଗଲେ ହଜାର ବର୍ଷରୁ ଉର୍ଦ୍ଧ ଏକ ପୁରାତନ ଭାଷା । କେହି କେହି ମତାମତ ଦିଅନ୍ତି କି ସଂସ୍କୃତ ଭାଷା ସହ ଯୋଡି ହେଇ ହିନ୍ଦୀ ଭାଷା ବଳିଷ୍ଠ ହୋଇଛି । ଖ୍ରୀଷ୍ଟ ପୂର୍ବ ୧୫୦୦ ଶତାବ୍ଦୀରେ ପ୍ରାଚୀନ ଭାରତର ବୈଦିକ ଶାସ୍ତ୍ରର ଅଧ୍ୟୟନ ନିମନ୍ତେ ସଂସ୍କୃତ ଭାଷାର ବ୍ୟବହାର ହେଉଥିଲା । ସେତେବେଳେ କଥା ଭାଷା ପ୍ରାକୃତ ଭାଷାରେ ହେଉଥିଲା ବୋଲି କୁହାଯାଏ । ଏହି ପ୍ରାକୃତ ଭାଷା କାଳକ୍ରମେ ଅପଭ୍ରଂଶ ଭାଷାର ରୂପ ନେଲା । ଏ ଭାଷା ବେଶ ସରଳ ତରଳ ଆଉ ମଧୁର ଥିଲା । ଏହି ପ୍ରାଚୀନ ଭାଷାରୁ ହିନ୍ଦୀ ଭାଷା ଆସିଥିବାର କଥା କୁହାଯାଏ । ଏହି କଥାଟି ପ୍ରସିଦ୍ଧ କବି କୋକିଳ ବିଦ୍ୟା ପତି ତାଙ୍କ ରଚିତ କୀର୍ତିଲତାରେ ଉଲ୍ଲେଖ କରିଛନ୍ତି । ଏହାଙ୍କ ପରେ ପରେ କିଛି କିଛି କବି ହିନ୍ଦୀ ଭାଷାରେ କାବ୍ୟ କବିତା ଲେଖିବା ଆରମ୍ଭ କଲେ । ଏହା କ୍ରମେ କ୍ରମେ ଲୋକଙ୍କ ମୁହଁରେ ଲୋକ ଭାଷା ହେଇଗଲା ।

Leave A Reply

Your email address will not be published.