Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସିଡ଼ି

ଗଦାଧର ସାହୁ  କେବେ ମନା କରିନି ଆମ ସଭିଙ୍କ ପାଦର ଭାର ସମ୍ଭାଳିବାକୁ । ସେ ତ ଜନ୍ମରୁ କ୍ଷତ ବିକ୍ଷତ ଏବେ ବି କ୍ଷତ ଚିହ୍ନ ଫୁଟି ଦିଶୁଛି ତା ଦେହରେ , କୋଉଠି କଣ୍ଟା ପିଟାହୋଇଛି, କୋଉଠି କଣା ହୋଇ ଖଣ୍ଡ ଖଣ୍ଡ କାଠି ବିଦ୍ଧ ହୋଇଛି, ପୁଣି ଦଉଡିରେ ଛନ୍ଦା ହୋଇ ବନ୍ଧା ପଡିଛି…

ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି  ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା। ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର…

କବିତା : ମାଦଳା – ୨୦୨୧

ଏମନ୍ତେ ଠାକୁରେ ଆଡପ ମଣ୍ଡପେ ବିଜେକଲେ ସେବକ ଜନଙ୍କ ସେବା ସଙ୍ଗତ ପାଇଲେ ଛଅ ଦିନ ସାତ ରାତି ବିନା ଭକତରେ କାଟିଲେ ବାହୁଡିବାକୁ ସଜ ହେଇ ସହଳ ପହଣ୍ଡି ହୋଇଲେ । ଗଜପ୍ତି ତାମଯାନରେ ଛେରାପହଁରାକୁ ଅଇଲେ ତିନିରଥରେ ନୀତି ସାରି ବାହୁଡିଲେ ଭକ୍ତ ଜନେ ଘରେ ବନ୍ଦୀ ହୋଇ ରହିଲେ ପରଦାରେ…

ବ୍ୟଙ୍ଗ : ଆତ୍ମସ୍ତୁତି -୨

ଏକବିଂଶ ଶତାବ୍ଦୀର ସଦ୍ୟତମ ପ୍ରବେଶ ସେତେବେଳେ । ମୁଁ ଥାଏ ପଣ୍ଡିଚେରୀରେ । ମୋର କିଛି କିଛି ପ୍ରବନ୍ଧ ଓ ଗଳ୍ପ ଦୈନିକ ଖବରକାଗଜରେ ବାହାରୁଥାଏ । ଯଦିଓ ମୋବାଇଲର ପ୍ରଚଳନ ଆରମ୍ଭ ହୋଇଯାଇଥାଏ କିନ୍ତୁ କଥାହେବାର ଦର ଥିଲା ପକେଟକୁ ଭାରି । ତେଣୁ ଲେଖା ତଳେ ମୋର ଯୋଗାଯୋଗ ଭାବେ ମୁଁ ରହୁଥିବା…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କବି ଏମ. ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ କେଦାରେଶ୍ଵର ପଟ୍ଟନାୟକ ଅତିଥି ପରିଚୟ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର…

କବିତା : ମଶାଣି ଛକର ସେଇ ପାଗଳ

ମାନସ ରଞ୍ଜନ ମହାପାତ୍ର  ମୋ ସ୍ତ୍ରୀ, ପିଲାମାନେ ଓ ଘର ବହୁଦିନୁ ଫେରାର୍ ଫେରାର୍ ମୋ ସାଙ୍ଗମାନେ, ପରିଚିତ ଚା' ଦୋକାନର ଭିଡ଼ ପୁରୁଣା ଛକରେ ଏବେ ଟୁପଟାପ୍ ଫୁସ୍ ଫାସ୍ ଯେ କେହି ଜଣେ ପାଗଳ ନୂଆ ହେଇ ବୁଲୁଛି ସହରସାରା ସେଇ ପୁରୁଣା ପାଗଳ କି? କିଏ ଜଣେ ସିଏ ଦିଶେ ସବୁ ଛକରେ…

କବିତା : ଫେରିବାର ବେଳ

ସାଧନା ପଣ୍ଡା ଦକ୍ଷିଣକୁ ଯେବେ ମୋଡ ହେଲା ରଥ ସେ ଦିନୁ ତା ମୁହଁ ଶୁଖିଛି ନଅଦିନ ଖେଳ ସରିଆସୁଅଛି ଯାଣି ତଳମୁହାଁ ବସିଛି । ଶୂନ୍ୟପଣ ଭରି ସେ ଚକାନୟନେ ଗୋଟିଗୋଟି କୁ ସେ ଚାହିଁଛି ଫେରିବାକୁ ତିଳେ ମନ ନାହିଁ ତାର ଅଧରୁ ଯେ ହସ ଲିଭିଛି। ଗୁଣ୍ଡିଚା ପରଷା ସରି ସରି ଆସେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି  ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ । ମୋର ରୁଷିବାକୁ ନେଇ ବିରକ୍ତିର ଗଣ୍ଠିଲିକୁ ଖୋଲୁଥିଲେ ସେମାନେ ବୋଉ ପାଖରେ ।…

ଆଦର୍ଶବାଦ ବିନା ସାହିତ୍ୟ ଅସ୍ତିତ୍ବହୀନ : ଦୀପକ ରଞ୍ଜନ ମିଶ୍ର

ସାହିତ୍ୟ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୀପକ ରଞ୍ଜନ ମିଶ୍ର। ମୁକ୍ତ କଥନଶୈଳୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସମ୍ବେଦନଶୀଳତା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ ଲେଖକପଣକୁ ଭିନ୍ନ ଭାବରେ ଉପସ୍ଥାପିତ କରେ ।…