Latest Odisha News

BREAKING NEWS

Browsing Category

ସାହିତ୍ୟ

ନିଜକୁ ନିଜେ ବୁଝିବା ପାଇଁ ମୁଁ ଲେଖେ : ଆକାଂକ୍ଷାମୟୀ ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆକାଂକ୍ଷାମୟୀ ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ ବିଭିନ୍ନ…

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ…

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ସ୍ଥାନୀୟ ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ…

କବିତା : ଶାଢ଼ୀ

ସଞ୍ଜିତା ପ୍ରଧାନ ମୋ' ଦେହର ବାସ୍ନା ନେଇ ତୁମକୁ ଛୁଇଁଛୁଇଁ ଉଡ଼ିଯିବା ବେଳେ ତୁମେ ହିଁ ମାପିପାର ମୋ' ଶାଢ଼ୀ କାନିର ଦୈର୍ଘ୍ୟ-ପ୍ରସ୍ଥ-କ୍ଷେତ୍ରଫଳ; କେତେ ଗଭୀରତା ସେଠି ଆସ୍ଥାନ ଜମେଇ ବସିଥିବା ଫୁଲମାନଙ୍କର ଭଲପାଇବାରେ ! ସୁତାରେ ସୁତାରେ ତୁମେ ଆଙ୍କିପାର ଜ୍ୟାମିତିର…

ଭାଷା ଭାଗବତ : ଜୀବଂତ ଗ୍ରଂଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜୀବଂତ ଗ୍ରଂଥ 'ଭାଗବତ' ଶୁଣିଲେ ମନ ହୁଏ ତୃପ୍ତ ନୁହେ କେବେ ବି କ୍ଳାଂତିକର ସର୍ବଦା ହୁଏ ହିତକର ଜାତିର ସାଥୀ ଏହି ବହି ନ ଥିବା ଭଳି ଘର ନାହିଁ ପ୍ରତ୍ୟହ ହେଉଛି ପଠିତ ଏହା ହିଁ ଏହାର ମହତ୍ତ୍ବ ନବାକ୍ଷରୀ ଏ ସବୁ ପଂକ୍ତି…

କବିତା : ସଂକୀର୍ଣ୍ଣ ମନା

ବିନୋଦିନୀ ଦାଶ  (ଛନ୍ଦ-ସିନ୍ଧୁକୋମୋଦୀ) ଆଚାରବିଚାର ନିଜ ବ୍ୟବହାର ନେଇ ସଂକୀର୍ଣ୍ଣ ପଥରେ ସଂକୀର୍ଣ୍ଣ ମନା ହିଁ ମନ ପରିଧିକୁ ଅତି ଛୋଟ କରିପାରେ ଈର୍ଷା ଲୋଭ ମୋହରେ ଯେତେ ତ୍ରୁଟିଯୁକ୍ତ ପଥ ଆପଣେଇ ମାନମହତକୁ ସାରେ ରହି ସ୍ବାର୍ଥ ସିଦ୍ଧିର ଲକ୍ଷ୍ୟରେ । ନୀଚମନା ରୂପେ ଗଣା…

ଭାଷା ଭାଗବତ : ଦି’ଜଣ ବୁଢ଼ା ବୁଢ଼ୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆମେ ଦି'ଜଣ ବୁଢ଼ା ବୁଢ଼ୀ ହୋଇନୁ କେବେ ଛଡ଼ାଛଡ଼ି ପରସ୍ପରର ଖୁଣ କାଢ଼ି ଆଗକୁ ଯାଉଥାଉଁ ବଢ଼ି ପରସ୍ପରକୁ ଠେଲି, ଭିଡ଼ି ଗିରି ଶିଖର ଯାଉଁଚଢ଼ି କେବେ ଯାଇନୁ ପଥ ହୁଡ଼ି ଆମେ ଦୁଇଟି ବୁଢ଼ା ବୁଢ଼ୀ ନ ଥିଲୁଁ କେବେ ସ୍ଥାନାସକ୍ତ ସର୍ବଦା…

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…

ଭାଷା ଭାଗବତ : ସୁବକ୍ତା ଅଭିନେତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମଂଚକୁ ଚଢ଼ିଲେ ସୁବକ୍ତା ପାଲଟି ମଂଦ ଅଭିନେତା ଅନ୍ୟ ଲୋକଂକ କଥା କହି ମନକୁ ନେଇଥାଂତି ମୋହି ମୋହିତ ହେବା ପାଇଁ ଶ୍ରୋତା ଦେଖାଂତି ଛଦ୍ମ ଏକାଗ୍ରତା ଶ୍ରୋତା ଓ ବକ୍ତା ଏକାଭଳି ସଭାକୁ ନିଅଂତି ସଂଭାଳି ନାଟକୀୟତା ଭଂଗୀଭରା…

ଜୀବନର ରହସ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମୃତ୍ତିକା ଏକ ପ୍ରାକୃତିକ ବସ୍ତୁ । ଏହା ପୃଥିବୀ ପୃଷ୍ଠର ଚତୁର୍ଦ୍ଦିଗରେ ବ୍ୟାପ୍ତ । ପ୍ରତ୍ୟକ ଜୀବଜନ୍ତୁ ବୃକ୍ଷଲତା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଏବଂ ଆଶ୍ରୟ ପାଇଁ ମୃତ୍ତିକା ଉପରେ ନିର୍ଭରଶୀଳ । ‘ମା’ ଭଳି ଏହା ସମଗ୍ର…