Latest Odisha News

BREAKING NEWS

Browsing Category

ସାହିତ୍ୟ

ନାରୀ ଗୋଟେ ବର୍ଷା ଋତୁ

ନାରୀ ଗୋଟେ ବର୍ଷା ଋତୁ ପ୍ରୀତିଧାରା ସାମଲ ଝରକା ପାଖରେ ଠିଆ ହେଇ ସେ ଦେଖୁଚି ବର୍ଷା ସବୁକାମ ସାରିଦେଇ ଆସିଚି, ଖରାରେ ଦେଇଥିବା ପୋକରା ଡାଲିକୁ ନେଇଆସିଚି ଭିତରକୁ, ଲୁଗାପଟା ତୋଳିଆଣିଚି। ଏବେ ସେ ମେଘ ହେଇଯିବ ତା ଆଖି ଆକାଶରେ ବି ରୁନ୍ଧିହେଇ ରହିଚି ଅନେକ ମେଘ ଅଭିଯୋଗ ଆଉ…

ଶ୍ରୀମତୀ

ଶ୍ରୀମତୀ ଶ୍ରୀଯୁକ୍ତ ସତ୍ୟାନାଶ ଭାଗବାନଙ୍କ ସୃଷ୍ଟିରେ ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର, ଠିକ୍ ଯେମିତି ଯୋଡ଼ି ବିରିିଆନୀ ସାଙ୍ଗେ କଚମ୍ବର । ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି ପତ୍ନୀ କେହି କରନ୍ତୁ ନାହିଁ ରାଗ, କାରଣ...ବୁଝିବାରେ ଅସୁବିଧା ନାଇଁ ବିରିଆନୀଟା 'ଈ'କାର…

ଓଦାଓଦା

ଓଦାଓଦା ଅଖିଳ କୁମାର ମିଶ୍ର ଦିନ ତମାମ୍ ଚୁପଚାପ୍ ଶାନ୍ତ ବର୍ଷାବିନ୍ଦୁ ମୋ କାଠ ଝରକାର ବନ୍ଧ ଦେଇ ଖସରି ଖସରି ଗଲା ଓ ବିବ୍ରତ ନିଦରୁ ମତେ ଉଠାଇଲା, ଶୟନେ ଅସ୍ତିର ମୋ ଭଙ୍ଗା ହୃଦୟକୁ ମୌସୁମୀ ପରଶି ଦେଲା ଏକ ଶୀତଳ ଆଲିଙ୍ଗନ । ଭଲ ହେଉ ନ ଥିବା ଘା’ପରି, ମୋ ନିଃସଙ୍ଗତା ଥିଲା ଗଭୀର…

ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ

ଅଜୟ ସ୍ୱାଇଁ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପ୍ରମୁଖ ଶିଳ୍ପୀ । ବେସାଲିସ୍‍, ବେଧଡ଼କ୍‍, ବେପରୁୱା ତାଙ୍କ ସୃଜନ ଯାତ୍ରା । ବିଚକ୍ଷଣ, ବିମ୍ବିତ, ବିସ୍ତାରିତ ତାଙ୍କ କଥାର କାନ୍‍ଭାସ୍‍ । ଗଳ୍ପ, ଉପନ୍ୟାସ, କବିତା, ନାଟକ, ସ୍କ୍ରିନ୍‍-ପ୍ଲେ, ସଂଳାପ, ଗୀତ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା,…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ କଙ୍କଣ ................... ମେଘ ମେଘ ପଲକ ଯେବେ ଦୂରଦୂର ପର୍ଯ୍ୟନ୍ତ ଭାସେ । ଝଡ଼ରେ ନୁହେଁ, କ୍ଷତରେ ବି ନୁହେଁ, ପାହାଡ଼ ବାହୁରେ ତା'ର କଜ୍ଜଳ ଲିଭେ; ଆଖି ତ ବାସ୍ କାହା ପ୍ରେମରେ ହିଁ ଭିଜେ ! ମଶାଲ ....................…

ଏବେ ପୂରିଉଠିବ ଘର

ଏବେ ପୂରିଉଠିବ ଘର କମଳା ଶତପଥୀ ଏବେ ପୂରିଉଠିବ ଏ ଘର... କହିବାକୁ ଗଲେ ଆମସଂସାର! ବହୁତ ଦିନରୁ ସଂସାର ଦାୟରେ ପରସ୍ପରଠାରୁ ଅନିଚ୍ଛାକୃତ ଦୂରତ୍ୱକୁ ଆପଣେଇବାର ବାଧ୍ୟବାଧକତାରେ, ପୋଖରୀର ସ୍ଥିରତାକୁ ଭୋଗୁଥିବା ଆମ ଉଭୟଙ୍କ ପାଇଁ ଏବେ ଆସିଯିବ ନୂଆକରି ବସନ୍ତର ଗହଳଚହଳ! ଗୋଟିଏ ବିନ୍ଦୁରେ…

ବୋଉ

ବୋଉ ସରୋଜ ମହାପାତ୍ର ବାରମ୍ବାର ପୁଅମାନଙ୍କ ଅବହେଳା ଓ ହରକତ କଥା ଶୁଣି ବେଳେବେଳେ ବୋଉ ମୋର ବି ଭାବୁଥାଇପାରେ - ଏ ଟୋକାଟା ତ ଅଫିସ କାମ ଆଳରେ ଅନେକ ଦିନ ହେଲା ଘରମୁହାଁ ହେଇନି! ରାଜଧାନୀରେ ରହୁଚି ସମତେ କହୁଚନ୍ତି, ସାହେବ ହେଇଚି । ସେ ଯାହା ହେଉ ମଝିରେ ମଝିରେ ମୋ…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…