Latest Odisha News

BREAKING NEWS

Browsing Category

ସାହିତ୍ୟ

ଦେହ

ଦେହ ସୌଭାଗ୍ୟବନ୍ତ ମହାରଣା ଦେହର ବିଚିତ୍ର କାରୁକାର୍ଯ୍ୟରେ ଚିହ୍ନା ଅଚିହ୍ନା ନିଃଶ୍ୱାସମାନଙ୍କ ଖେଳ ଦେହ ଏକ ମନ୍ଦିରର ମୁଖଶାଳା ସ୍ଥାପତ୍ୟର ନିର୍ମାଣ ଶୈଳୀରେ ସ୍ଥପତିର ମାୟା ଭିତରେ ବାୟା ହୁଏ ମୋହ ଓ କୋହର ଅଜବ୍ ବେଳ । ହାଡରେ ହାଡରେ ଖଂଜି ଦେଇଥିବା ମାଂସର କୋଣାର୍କ ,ରକ୍ତର…

ଗୋଟେ ପଟୁଆର ବିପକ୍ଷରେ

ଗୋଟେ ପଟୁଆର ବିପକ୍ଷରେ ପବିତ୍ର ମୋହନ କର ଯୁଦ୍ଧର ପ୍ରତିଟି ଗୁଳିରେ କେହି ଜଣେ ଛେଉଣ୍ଡ ହୁଏ ପୃଥିବୀରେ ମୁଣ୍ଡ ଉପରୁ ଆକାଶ, ପାଦ ତଳୁ ମାଟି ଖସିଯାଏ କା'ର ବାପ, ତ କା'ର ପୁଅ ଯାଏ ଯୁଦ୍ଧର ପ୍ରତିଟି ଗୁଳିରେ ନାରୀଟିଏ ଜଖମ ହୁଏ ପୃଥିବୀରେ ତା ନିଶ୍ୱାସରେ ପୋଡ଼ିଯାଏ ବିଶ୍ୱାସ କ୍ଷୟ…

ଗେରସ୍ତ

ଗେରସ୍ତ ପ୍ରସନ୍ନ କୁମାର ସ୍ୱାଇଁ ଆଃ କି ଗୃହପାଳିତ! ଅଭିମନ୍ତ୍ରିତ ଅନୁମୋଦିତ ଅନୁପ୍ରାଣିତ ଅନୁନାସିକ ସ୍ୱରଟିଏ। ସାରା ଫୁଲ ବଗିଚାର ମାଲିକ ସେ ପାଳଭୂତଟିଏ। ଖୋଳେ ନଈ ଗଢେ ପାହାଡ଼ ବାନ୍ଧେ ବଂଧ ତୋଳେ ଛନ୍ଦ କଣ ନଜାଣିଛିକି ଦିନ ରାତି ଆକାଶରୁ ମେଘ ପରି ଝରେ ନିରୀମାଖି…

କବିତା କେଉଁଠି ଅଛି

କବିତା କେଉଁଠି ଅଛି ସଂଘମିତ୍ରା ମିଶ୍ର ମୁଁ ଜାଣିଛି ଅକ୍ଷରର କାରୁକାର୍ଯ୍ୟ କବିତା ନୁହେଁ ତା’ ଭିତରେ ଜୀବନୀଶକ୍ତି ହିଁ କବିତା ଧାଡ଼ିଗଣି ପୃଷ୍ଠା ଓଲଟାଇ କବିତା ଲେଖାଯାଏ ନାହିଁ କବିତାରେ ଝରିଯାଏ ସାରା ସଂସାର ପାଇଁକି ଅସୁମାରି ନିରୁତା ମମତା । କବିତା ଯଦି ଶିଖିଛି ନିଜକୁ…

ଦୁଇ ଭାଗ

ଦୁଇ ଭାଗ ସୁଷମା ମିଶ୍ର ମୁଁ ହୋଇଗଲି ଦୁଇ ଭାଗ ଗୋଟିଏ ଗଛର ଏପାଖ ସେପାଖ ପରି, ଯେଉଁଦିନୁ ମୋ ଦେହଗଛର ଦୁଇଟି ଡାଳରେ ବସି ଦୁଇଟି ଚଢେଇ ଦୁଇ ବିପରୀତ ଦିଗକୁ ମୁହଁ କରି ପରସ୍ପରକୁ ଡାକ ଦିଅନ୍ତି ଅସ୍ଥିର ହୋଇ । ହଁ, ମୋ ଭିତରେ ଥିବା ନାରୀଟି ଏବେ ଜଣେ ନୁହଁ ଦୁଇଟି ଅସ୍ତିତ୍ୱ ।…

ରୂପକ

ରୂପକ ପ୍ରଦୀପ କୁମାର ପଣ୍ଡା ଶୁଖିଲା ଗଛମାନେ ମାଟି ଛାଡିବାକୁ ନାରାଜ, ମଥାରୁ ଉପୁଡି ଗଲାଣି କେଶ କୁଷ୍ଠୀ ଶରୀରରୁ ଛିଂଡି ଗଲାଣି ଆଂଗୁଠିଯାକ ଉତୁରି ଗଲାଣି ଛାଲ ମାଂସ ଦେହର, ପୋଲା ହାଡମାନ ଯାହା ଅବଲୀଳା କ୍ରମେ ତୀରେଇଛଂତି ଆକାଶମୁହାଁ କବିତାର ରୂପକ ହେବାକୁ। କାଠୁଆଗଛ ତଥାପି…

ଦୃଷ୍ଟି

ଦୃଷ୍ଟି ପ୍ରଜ୍ଞା ପାରମିତା ରଥ ଗାଡ଼ି ଆଗକୁ ଚାଲିଲା ବେଳେ ବାହାରର ଗଛ ଲତା ରାସ୍ତା ସବୁ ପଛକୁ ଦୌଡ଼ିଲା ପରି ଲାଗେ, ଭିଡ଼ିକି ଧରି ରଖି ହୁଏନି, ଧରି ରଖି ହୁଏନି ବି ମନକୁ ଗାଡ଼ି ସହ ତାଳ ଦେଇ ଅତୀତର ଅରମା ଇଲାକା ଆଡେ଼ ଦୌଡ଼ିଲା ବେଳେ । ୱିଣ୍ଡୋ କାଚକୁ ଲାଗି ମୁଁ ବସିଥିଲି ପବନରେ…

ମଧ୍ୟାହ୍ନର ମେଘ

ମଧ୍ୟାହ୍ନର ମେଘ ପ୍ରତାପ ବିଶ୍ୱାଳ ତାକୁ ଆଉ କିଛି ପଚାରନ୍ତୁ ନାହିଁ । ନୀରବତା ଏବେ ତାର ଅବଲମ୍ବନ । ମୌନତା ଶିଖି ନେଇଛି ସେ କେଉଁ ପାହାଡ଼ଠାରୁ । ନିଜେ ସେ ଭାଂଗି ଦେଇଛି ତା ବାଇଚଢେ଼ଇର ବସା । ସଂପର୍କ ଫେଣାର ଟୋପି ଟୋପି ସାଇତା ମହୁ ଆଜି ଶୂନ୍ୟ । ଜୀବନ ଲାଗୁଛି ଖାଁ-ଖାଁ । ଆଉ କାହାକୁ…

ସୂଚ୍ୟଗ୍ରେ ମେଦିନୀ

ସୂଚ୍ୟଗ୍ରେ ମେଦିନୀ ହୃଷୀକେଶ ମହାରଣା ରାତି ଆସି ୧୧ ଟା ହେଲାଣି, ଅନିରୁଦ୍ଧ ଏଯାଏଁ କାମରୁ ଫେରିନି । ଘରେ ଏକୁଟିଆ ରତନୀ କଣ କରୁଥିବ କେଜାଣି । ଅନିରୁଦ୍ଧ ନଫେରିବା ଯାଏ ତୁଣ୍ଡରେ ଦାନା ଦିଏ ନାହିଁ । ହାତୁଡି ପିଟିପିଟି ହାତରୁ ପରସ୍ତେ ଚମଡା ଉଠିଗଲାଣି । ସାଇକେଲ ହେଣ୍ଡେଲ ଧରିବାକୁ ବଳ…

ସାବଧାନ୍

ସାବଧାନ୍ ସଂଘମିତ୍ରା ରାଏଗୁରୁ ଅମୃତ କ'ଣ ବାରବାର ମିଳେ କାହାଣୀ ପେଡିରୁ ନାଗମଣି କ'ଣ ସତ ହୋଇ ଫେରେ ତଥାପି ମୁଁ ଖୋଜୁଛି ସେ ରାତି ଖୋଜୁଛି, ରାତିକୁ ୠତୁ କରି ମୋ ଅଗଣାରେ ଟାଂଗୁଥିବା ନୀଳ ମହୁମାଛି ତାରାରେ ତିଆରିବ ଘର ଜହ୍ନକୁ କରିବ ଝରକା ଦିନେ ଦେଇଥିଲା କଥା ଅଧା…