Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ପ୍ରଥମରୁ ଅଷ୍ଟମ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ଭିତରେ ଆଜି ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । କରୋନା ଯୋଗୁଁ ତାଲାବନ୍ଦ ନିଷ୍ପତି ଭିତରେ ଏସବୁ ଶ୍ରେଣୀରେ ଚଳିତ ବର୍ଷ ପରୀକ୍ଷା ହୋଇପାରିନଥିଲା…

ତାଲା ବନ୍ଦ: ପିଲାଙ୍କୁ ଘରେ ରହି ପଢ଼ିବାକୁ ପରାମର୍ଶ ଦେଲେ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶକୁ ଲକ ଡାଉନ୍ କରାଯାଇଛି । ଏଭଳି ସ୍ଥିତିରେ ପିଲାଙ୍କୁ ଘରେ ରହି ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଛୁଟି ଦିନ ମାନଙ୍କରେ ଘରେ ରହି ପାଠ ପଢ଼ା ଜାରି ରଖିବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମରୁ…

ଦେଶବ୍ୟାପୀ ଲକଡାଉନ; ନିଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍‌)କୁ ସ୍ଥଗିତ ରଖାଯାଇଛି। ଯାହା ମେ’ ୩ରେ ଅନୁଷ୍ଠିତ ହେବାର ଥିଲା। ପିଟିଆଇ ଗଣମାଧ୍ୟମକୁ ସୂଚନା ଦେଇ ପରୀକ୍ଷା ଏଜେନ୍ସିର ଅଧିକାରୀମାନେ କହିଛନ୍ତି, ଦେଶରେ…

କରୋନା ମୁକାବିଲା ଲାଗି ‘ସାଇ ଇଣ୍ଟରନ୍ୟାସନାଲ୍’ ଷ୍ଟାଫ ଦାନ କଲେ ଦରମା

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ଲାଗି ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅକୁଣ୍ଠିତ ଚିତ୍ତରେ ଦାନ କରିବାକୁ ସାଇ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏହି…

ଲକ୍‌ଡାଉନ ପାଇଁ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ଅନଲାଇନ କ୍ଲାସ

କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ । ଅନେକ କ୍ଲାସ ପରୀକ୍ଷା ଓ ବୋର୍ଡ ପରୀକ୍ଷାକୁ ଅଧାରୁ ସ୍ଥଗିତ ରଖାଯାଇଛି । ଲକ୍‌ଡାଉନ ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନଙ୍କ ଆର୍ଟ, ଗୀତ, ନାଚ ତଥା ଅନ୍ୟାନ୍ୟ କ୍ଲାସ ବି ବନ୍ଦ ରହିଛି । ଘରୁ କେହି ବାହାରୁ ନ ଥିବାରୁ ପିଲାମାନଙ୍କ ଖେଳକୁଦ ବି…

ଶିକ୍ଷା ବେଳକୁ ସରକାର କଞ୍ଜୁସ୍ କାହିଁକି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ବେଞ୍ଜାମିନ୍ ଫ୍ରାଙ୍କ୍‌ଲିନ୍ କହିଥିଲେ ଯଦି ତୁମେ କୌଣସି ନିବେଶରୁ ସର୍ବାଧିକ ଲାଭ ପାଇବାକୁ ଚାହୁଁଛ, ତାହା ହେଉଛି ଶିକ୍ଷା । ଶିକ୍ଷା କେବଳ ବର୍ତମାନ ତିଆରି କରିନଥାଏ, ଆମ ଭବିଷ୍ୟତକୁ ବି ସମୃଦ୍ଧଶାଳୀ କରିଥାଏ । କିନ୍ତୁ ଆମ…

ଛତ୍ରପୁରରେ ପ୍ରଥମ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ୧୦ ଏକର ଜମି ଆବଣ୍ଟନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଓଡିଶା ସରକାର ୧୦ ଏକର ଜମି ଆବଣ୍ଟନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଛତ୍ରପୁର ତହସିଲ ଅଧୀନରେ ଥିବା ଆର୍ଯ୍ୟପାଲ୍ଲୀ ମୌଜା ଠାରେ ଥିବା ୧୦ ଏକର ଜମି ଭାରତ ସରକାରଙ୍କ ମାନବ ସମ୍ବଳ ବିଭାଗ ଅଧୀନରେ…

କରୋନାଭାଇରସ ଭୟ; ସ୍ଥଗିତ ରହିଲା ଜେଇଇ ମେନ-୨୦୨୦ ପରୀକ୍ଷା, ମାର୍ଚ୍ଚ ୩୧ରେ ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୫,୭,୯ ଏବଂ ୧୧ରେ ହେବାକୁ ଥିବା ଜେଇଇ ମେନ୍-୨୦୨୦ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ସେହିଭଳି ମାର୍ଚ୍ଚ ୩୧ରେ ମିଳିବ ଆଡମିଟ୍ କାର୍ଡ । ଯାହା ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ଉପଲବ୍ଧ ହୋଇଥାନ୍ତା । ଏବେ ପ୍ରାର୍ଥୀମାନେ…

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ସଂକ୍ରମଣ ଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏବେ ଦେଶବ୍ୟାପୀ ଚାଲିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରହିଥିବା ଘୋଷଣା କରାଯାଇଛି । ମାର୍ଚ୍ଚ ୧୯ ରୁ ୩୧ ତାରିଖ ମଧ୍ୟରେ ଭାରତ ଓ ବିଦେଶରେ ବିଭିନ୍ନ ପରୀକ୍ଷା…

କରୋନା ସଂକ୍ରମଣ ପାଇଁ ଏଫଏମ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ସହାୟକ ପ୍ରଫେସର ଏବଂ ସହକାରୀ  ପ୍ରଫେସର ପଦବୀ ପାଇଁ ହେବାକୁ ଥିବା ସାକ୍ଷାତକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ ଫକୀର ମୋହନ…