Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆପାର୍ଟମେଣ୍ଟରୁ କେମିତି ହେଉଥିଲା ଲୁଟ୍, ଲୁଟେରାଙ୍କୁ ଧରି ପୋଲିସ କରୁଛି ଜେରା

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟରୁ ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ରୁପା ଅଳଙ୍କାର, ସୁନା ଅଳଙ୍କାର, ୪ଟି…

୧୪ତମ ଭାରତୀୟ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ଅଶ୍ୱୀନ

ଧର୍ମଶାଳା: ଭାରତ-ଇଂଲଣ୍ଡ ସିରିଜର ଅନ୍ତିମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଖେଳାଯିବ । ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚ ଖେଳିଲେ ଏକ ନୂତନ କୀର୍ତିମାନ ସ୍ଥାପନ କରିବେ । ସେ ଭାରତର ୧୪ତମ ଖେଳାଳି ଭାବେ ୧୦୦ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବେ । ରାଜକୋଟରେ ଅନୀଲ…

ଗୌରୀଙ୍କୁ ୩ ଥର ବିବାହ କରିଥିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ ଗୌରୀଙ୍କ ପ୍ରେମ କାହାଣୀ କିଏ ବା ନ ଜାଣେ । ଉଭୟ ସେମାନଙ୍କ ପ୍ରେମକୁ ସାକାର କରିବା ସହ ୩୨ ବର୍ଷ ହେବ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ନିକଟରେ ଶାହାରୁଖଙ୍କ ବନ୍ଧୁ ବିବେକ ବାସୱାନୀ ଉଭୟଙ୍କ ବିବାହ ନେଇ ଏକ ମଜାଦାର ଖୁଲାସା…

ପାକିସ୍ତାନ ସୁପର ଲିଗ: ଗୋଟିଏ ଟିମର ୧୩ ଖେଳାଳି ଅସୁସ୍ଥ

କରାଚୀ: ପାକିସ୍ତାନ ସୁପର ଲିଗ କ୍ରିକେଟରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି । କରାଚୀ କିଙ୍ଗସ ଟିମର ୧୩ଜଣ ଖେଳାଳି ହଠାକ ଅସୁସ୍ଥ ହୋଇ ପଡିଥିଲେ । କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷ ମ୍ୟାଚ ପାଇଁ ଦଳରେ ଏଗାର ଜଣ ଖେଳାଳି ମଧ୍ୟ ଉପଲବ୍ଧ ହେଉ ନାହାନ୍ତି । ରିପୋର୍ଟ ମୁତାବକ କରାଜୀ କିଙ୍ଗସ ଟିମର…

ଆସନ୍ତୁ ଜାଣିବା ଭିକ୍କିଙ୍କ ଫୋନ ୱାଲପେପର ଥିବା ଏହି କୁନି ଝିଅଟି କିଏ

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରିୟଲ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଭିକ୍କି ମଧ୍ୟ କ୍ୟାଟ୍ରିନା ଅଧିକ ଭଲ ପାଆନ୍ତି ବୋଲି ପ୍ରମାଣ କରି ସାରିଛନ୍ତି । ଏବେ ତାଙ୍କ ଫୋନ ୱାଲପେପରରେ ଏକ କୁନି ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି । ପରେ…

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର…

ପିଏମ ସୂର୍ଯ୍ୟଘରକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ପ୍ରତି ଘରକୁ ମିଳିବ ୭୮ହଜାରର ସବସିଡି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ମଞ୍ଜୁରୀ ମିଳିଛି…

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ

ଭୁବନେଶ୍ଵର; ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରିଛି । ହସ୍ପିଟାଲ କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ…

କିଏ ଏହି ଅବଦୁଲ କରିମ ଟୁଣ୍ଡା, ଯିଏ ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ

ନୂଆଦିଲ୍ଲୀ: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ଟୁଣ୍ଡାଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଜମେରର ଟାଡା କୋର୍ଟ । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ୧୯୯୩ରେ ହୋଇଥିବା ବୋମା…

ଶ୍ରୀମନ୍ଦିରରେ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଆଉ ହ୍ବିଲ ଚେୟାର ନୁହଁ ବରଂ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଏନେଇ ନିର୍ମାଣ ହେଲା କାଠ ଚେୟାର । ଏଥିପାଇଁ ପ୍ରଥମେ ଦିବ୍ୟାଙ୍ଗ ଭକ୍ତ ମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ…