Latest Odisha News

BREAKING NEWS

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୦ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୦ହଜାର ଡ଼େଇଁଲା ସଂକ୍ରମଣ । ସଂକ୍ରମଣ ଉପରମୁହାଁ ପାଇଁ ବଢ଼ିଲା ଚିନ୍ତା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ଦିନକରେ ୧୦,୦୫୯କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୮୭୨ଜଣ କେସ୍ ରହିଛି । ସଙ୍ଗରୋଧରୁ ୫ହଜାର ୮୩୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୪ହଜାର ୨୨୬ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ରହିଛି ୩୧୮୮କେସ୍ ।

ଅନୁଗୁଳରୁ ୪୬ଜଣ, ବାଲେଶ୍ୱରରୁ ୨୭୮ଜଣ, ବରଗଡ଼ରୁ ୭୬ଜଣ, ଭଦ୍ରକରୁ ୧୩୮ଜଣ, ବଲାଙ୍ଗିରରୁ ୨୧୬ଜଣ, ବୌଦ୍ଧରୁ ୧୫ଜଣ, କଟକରୁ ୮୭୦ଜଣ, ଦେବଗଡ଼ରୁ ୧୮ଜଣ, ଢ଼େଙ୍କାନାଳରୁ ୫୦ଜଣ, ଗଜପତିରୁ ୮୨ଜଣ, ଗଞ୍ଜାମରୁ ୧୫୪ଜଣ, ଜଗତସିଂହପୁରରୁ ୧୪୨ଜଣ, ଯାଜପୁରରୁ ୨୧୨ଜଣ, ଝାରସୁଗୁଡ଼ାରୁ ୨୧୯ଜଣ, କଳାହାଣ୍ଡିରୁ ୧୨୩ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୫୧ଜଣ, କେନ୍ଦୁଝରରୁ ୧୦୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୫୫ଜଣ, ମାଲକାନଗିରିରୁ ୧୭ଜଣ, ମୟୁରଭଞ୍ଜରୁ ୪୨୩ଜଣ, ନବରଙ୍ଗପୁରରୁ ୧୨୨ଜଣ, ନୟାଗଡ଼ରୁ ୧୦୨ଜଣ, ନୂଆପଡ଼ାରୁ ୬୬ଜଣ, ପୁରୀରୁ ୨୭୨ଜଣ, ରାୟଗଡ଼ାରୁ ୧୩୧ଜଣ, ସମ୍ବଲପୁରରୁ ୫୭୦ଜଣ, ସୋନପୁରରୁ ୧୦୬ଜଣ, ସୁନ୍ଦରଗଡ଼ରୁ ୧୩୪୮ଜଣ, ଷ୍ଟେଟ୍ ପୁଲରୁ ୭୨୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୦୧,୬୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୦,୪୮,୭୩୨ଜଣ । ଏବେ ସୁଦ୍ଧା ଆକ୍ଟିଭ୍ କେସ୍ ରହିଛି ୪୪୩୪୯ ।

Comments are closed, but trackbacks and pingbacks are open.