Latest Odisha News

BREAKING NEWS

ଇଂଲଣ୍ଡ ସିରିଜରେ ୨୩ ଉଇକେଟ ହାସଲ କରି ନୂତନ ରେକର୍ଡ ଲକ୍ଷ୍ୟରେ ଅଶ୍ୱୀନ

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ପରେ ଘରୋଇ ମାଟିରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ୪ ବର୍ଷ ତଳେ ଇଂଲଣ୍ଡକୁ ହରାଇ ଭାରତୀୟ ଦଳ ସିରିଜ ଜିତିଥିଲେ । ଏଥର ମଧ୍ୟ ଏକ ରୋମାଂଚକ ସିରିଜ ପ୍ରଶଂସକଙ୍କୁ ଅପେକ୍ଷା କରିଛି କହିଲେ ଭୁଲ ହେବ ନାହିଁ । ଏହି ସିରିଜରେ ଭାରତ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ନୂତନ କୀର୍ତିମାନ ସ୍ଥାପନ କରିବା ଲକ୍ଷ୍ୟରେ ରହିଛନ୍ତି । ଏହି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଶ୍ୱୀନ ୨୩ ଉଇକେଟ ଅକ୍ତିଆର କଲେ ଭାରତ ପକ୍ଷରୁ କମ୍ ମ୍ୟାଚରେ ୪୦୦ ଉଇକେଟ ହାସଲ କରିବେ । ମୁଥୟା ମୁରଲୀଧରନ ୭୨ ଟେଷ୍ଟରେ ଏହି ସଫଳତା ହାସଲ କରି ଶୀର୍ଷରେ ଅଛନ୍ତି । ଅଶ୍ୱୀନ ୭୪ ଟେଷ୍ଟରେ ୩୭୭ ଉଇକେଟ ନେଇଛନ୍ତି ।

ଭାରତୀୟଙ୍କ ମଧ୍ୟରେ ଅନୀଲ କୁମ୍ବଲେ ୮୫, ହରଭଜନ ସିଂ ୯୬ ଓ କପିଳ ଦେବ ୧୧୫ ମ୍ୟାଚରେ ୪୦୦ ଉଇକେଟ ଲ୍ୟାଣ୍ଡମାର୍କ ଛୁଇଁଥିଲେ । ସେହିପରି ଅଶ୍ୱୀନ ୩୩ ରନ କଲେ ତୃତୀୟ ଭାରତୀୟ ଭାବେ ୨୫୦୦ରନ ଓ ୪୦୦ ଉଇକେଟ ଡବଲ ହାସଲ କରିବେ ।

Leave A Reply

Your email address will not be published.