Latest Odisha News

BREAKING NEWS

ତୃତୀୟ ଦିନରେ ବିଜେଡିର ଜୟଯାତ୍ରା ଜାରି , ୧୫ଟି ଜିଲ୍ଲା ପରିଷଦ ଆସନରୁ ବିଜୟୀ

ଅନୁଗୁଳ: ତୃତୀୟ ଦିନରେ ଚାଲିଥିବା ଗଣତିରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି । ପ୍ରଥମ ଦୁଇ ଦିନର ଗଣତିରେ ୧୫ଟି ଆସନ ହାସଲ କରି ବିଜେଡି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଗଣତି ଚାଲିଥିବା ୧୨ଟି ଜୋନ ଭିତରୁ ବିଜେଡି ୧୦ଟିରେ ଆଗୁଆ ରହିଥିଲା ବେଳେ ବିଜେପି ୨ଟି ଆସନରେ ଆଗୁଆ ରହିଛି।

ଅନୁଗୁଳ ବ୍ଳକ ‌‌ଜୋନ ୩ ରେ ବିଜେଡି ପ୍ରାର୍ଥୀ ୨୭୮ ଖଣ୍ଡ ଭୋଟରେ ବିଜେପିଠାରୁ ଆଗରେ ଚାଲିଛନ୍ତି । ଅନୁଗୁଳ ବ୍ଳକ ‌‌ଜୋନ ୪ରେ ବିଜେଡି ପ୍ରାର୍ଥୀ ୪୦୦ ଖଣ୍ଡ ଭୋଟରେ ବିଜେପି ପାଖରୁ ଆଗରେ ଥିବା‌ ସୂଚନା ମିଳିଛି । ବଅଁରପାଳ ବ୍ଳକ ୨୭ ନମ୍ବର ଜିଲ୍ଲା ପରି‌ଷଦ ଜୋନରେ ବିଜେଡି ପ୍ରାର୍ଥୀ ୧୪୯୪ ଟି ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି । ବଅଁରପାଳ ବ୍ଳକ ୨୮ ନମ୍ବର ଜିଲ୍ଲା ପରି‌ଷଦ ଜୋନରେ ବିଜେପିଠାରୁ ବିଜେଡି ପ୍ରାର୍ଥୀ ୨୯୦ଟି ଭୋଟ ପାଇ ଅଗ୍ରଣୀ ଲାଭ କରିଛନ୍ତି ।

ଛେଣ୍ଡିପଦା ବ୍ଳକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ଆଗରେ ଅଛି। ଏଠାରେ ବିଜେଡି ପ୍ରାର୍ଥୀଠାରୁ ବିଜେପି ପ୍ରାର୍ଥୀ ୨୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଛେଣ୍ଡିପଦା ବ୍ଳକ ୧୭ ନମ୍ବର ‌ଜୋନରେ ବିଜେଡି କିନ୍ତୁ ଆଗରେ ରହିଛି । ଏଠାରେ ବିଜେପିକୁ ୫୭୦ ଖଣ୍ଡ ଭୋଟରେ ପଛରେ ପକାଇ ଦେଇଛି ବିଜେଡି ।

ତାଳଚେର ବ୍ଳକର ୨୦ ନମ୍ବର ଜୋନରେ କଡା ଫାଇଟ୍‌ ହେଉଥିଲେ ମଧ୍ୟ ବିଜେପି ଆଗରେ ଚାଲିଛି। ଏହି ଜୋନରେ ବିଜେଡିଠାରୁ ବିଜେପି ୧୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି। ତାଳଚେର ୨୧ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୨୫୯ ଖଣ୍ଡ ଭୋଟରେ ଆଗରେ ଚାଲିଛନ୍ତି । କଣିହାଁ ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୪୦୭ ଖଣ୍ଡ ଭୋଟରେ ଆଗରେ ରହିଛି ।

ପାଳଲହଡ଼ାରେ ମଧ୍ୟ ବିଜେଡି ଆଗରେ ଥିବା ଜଣାପଡ଼ିଛି। ପାଳଲହଡ଼ା ୨୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୬୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଆଠମଲ୍ଲିକ ବ୍ଳକ ୭ ନମ୍ବର ଜୋନରେ ବିଜେଡି ୧୩୦୫ ଖଣ୍ଡ ଭୋଟରେ ଆଗୁଆ ରହିଛି। କିଶୋରନଗର ବ୍ଲକ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୧୭୦୬ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡ଼ିଛି।

ଅପରପକ୍ଷରେ ଏ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରେ ୧୬ଟି ଜିଲ୍ଲା ପରିଷଦ ଆସନରେ ଭୋଟଗଣତି ଶେଷ ହୋଇଛି। ଏଥିରୁ ୧୫ଟି ଆସନ ବିଜେଡି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସମୁଦାୟ ୨୮ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ମାତ୍ର ଗୋଟିଏ ଜୋନରେ ବିଜୟୀ ହୋଇଛି। ଛେଣ୍ଡିପଦା ବ୍ଳକ ୧୫ ନମ୍ବର ଜିଲ୍ଲା ପରିଷଦ ଆସନକୁ ବିଜେଡି ହାତରୁ ଛଡ଼ାଇ ନେଇଛି ବିଜେପି ।

Comments are closed, but trackbacks and pingbacks are open.