Latest Odisha News

BREAKING NEWS

ଖସିଗଲେ ୧୦-୧୫ ମାଓବାଦୀ, ଗୁଳି ଓ ମାଓ ସାମଗ୍ରୀ ଜବତ

ବରଗଡ଼: ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଚଢ଼ାଉ କରିଥିଲେ ଏସଓଜି ଯବାନ । ଏତିକିବେଳେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓ କ୍ୟାମ୍ପରେ ରହିଥିଲେ ୧୦ରୁ ୧୫ ଜଣ ମାଓବାଦୀ । ସୁରକ୍ଷାବାହିନୀ ସହ ଗୁଳି ବିନିମୟ ବେଳେ ଘଟଣାସ୍ଥଳରୁ…

ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

କୋକସରା: ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଜଣେ ଚାଷୀଙ୍କ ଠାରୁ ମାଓବାଦୀ ପରିଚୟ ଦେଇ ଏହି ୩ ନକଲି ମାଓବାଦୀ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି ।…

ଫେରାଇବାକୁ ପଡିବନି କାଳିଆ ଟଙ୍କା

ଭୁବନେଶ୍ୱର: କଳିଆ ଟଙ୍କା ଫେରସ୍ତ ଉପରେ ଲାଗିଲା ରୋକ । ଆଉ ଫେରାଇବାକୁ ପଡିବନି କାଳିଆ ଟଙ୍କା । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇ ନେବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାଇଁ ଟଙ୍କା ଫେରାଇ ନନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ…

କାଲି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଘାଣ୍ଟିବ ଇଡି, ହାଜିରା ପାଇଁ ସମନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହରଡ଼ଘଣାରେ ପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଆର୍ଥିକ କାରବାରର ଖୋଳତାଡ ଚାଲିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଅଛନ୍ତି ରିୟା ଓ ତାଙ୍କ ଭାଇ । ଆସନ୍ତାକାଲି ପୁଣି ହାଜର ହେବାକୁ…

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର: ବର୍ଷ ୨୦୧୦ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ 'ଧର୍ମପଦ ପୁରସ୍କାର' । ଓଡ଼ିଶା ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅବଦାନ ପାଇଁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।…

କାଲିଠୁ ତିନି ଦିନ କାମାକ୍ଷାନଗର NAC ସଟଡାଉନ୍

କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା…

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ 'ପାଗଲ ହେ'ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ…

କରୋନା କାଳରେ ସାଢ଼େ ୮ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ୧୭ ହଜାର କୋଟି

ନୂଆଦିଲ୍ଲୀ: କୃଷି ଫାଇନାନ୍ସ ସୁବିଧା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କୃଷି ଭିତ୍ତିଭୂମି ଫଣ୍ଡର ଶୁଭାରମ୍ଭ କରିଛନ୍ତି । କୃଷକଙ୍କୁ ୪ ବର୍ଷରେ ମିଳିବ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ । ଏହି ଅର୍ଥ କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ, କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର…

ଆନ୍ଧ୍ର କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଅନୁକମ୍ପା ସହାୟତା ଘୋଷଣା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶରେ କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ? ତଦନ୍ତ…

ଶତକ ସହ ୧୦୦୦ ଟପିଲା ନୟାଗଡ଼ରେ କରୋନା କେସ୍

ନୟାଗଡ଼: ଗୋଟିଏ ଦିନରେ ନୟାଗଡ଼ ଜିଲ୍ଲାରେ ଶତକ ମାରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୬ ନୂଆ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ନୟାଗଡ଼ ଜିଲ୍ଲାରେ ହଜାରେ ଟପିଛି କରୋନା କେସ୍ । ମୋଟ୍…