Latest Odisha News

BREAKING NEWS

ବୁଦାରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତ ବାଲିପଶି ଗାଁ ନିକଟସ୍ଥ ଏକ ବାଉଁଶ ବୁଦାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛି ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ । କିଛିଦିନ ହେବ ଶରତ ଘରୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକ…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…

ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଉତ୍କଣ୍ଠିତ ଛାତ୍ରଛାତ୍ରୀ

କଟକ: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ପରୀକ୍ଷାଫଳ ଅନୁମୋଦନ କାର୍ଯ୍ୟ ଶେଷ ହେବ । ସାଢ଼େ ୧୧ଟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଛାତ୍ରଛାତ୍ରୀ ବୋର୍ଡର ଦୁଇଟି ଓ୍ୱେବସାଇଟ୍ ଓ ଏସଏମଏସ୍…

ସମ୍ୱଲପୁର ଓ ରେଙ୍ଗାଲି ବିଧାୟକଙ୍କ ନାଁରେ ପୋଲିସ ରୁଜୁ କଲା ମାମଲା

ସମ୍ୱଲପୁର: ପୁଣି ବିବାଦରେ ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ତାଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ଏତଲା ହୋଇଛି । ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ବି ରୁଜୁ ହୋଇଛି ମାମଲା । କୋଭିଡ୍ ନିୟମର ଉଲ୍ଲଂଘନ ଓ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏତଲା ଦାୟର…

କେମିତି କଟିବ ଆଜିର ଦିନ…

ରାଶି ଫଳ ତା ୨୯-୦୭-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୯ ରିଖ ବୁଧବାର କର୍କଟ ୧୪ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର- କର୍କଟ…

ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ: ନବୀନ

ଭୁବନେଶ୍ୱର: କୋଭିଡ୍ ସହ ଲଢୁଛି ସାରା ଓଡ଼ିଶା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଭିତରେ ଯେଭଳି ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ । …