Latest Odisha News

BREAKING NEWS

କଟକ: ‘ମୋମୋ’ ଖେଳରୁ ଜୀବନ ଗଲା, ଫାଶିଦେଇ ଯୁବକ ମୃତ

କଟକ: ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ମୋମୋ ଖେଳ ନଖେଳିବାକୁ ଗତ ସପ୍ତାହରେ ସତର୍କ ରହିବାକୁ ସଚେତନତା ମୂଳକ ନିର୍ଦ୍ଦେଶ ଜାରି କରିଥିଲେ । ସରକାର ଏହି ଖେଳ ନଖେଳିବାକୁ ଯେତେ ବାରଣ କରୁଥିଲେ ମଧ୍ୟ ଯୁବଗୋଷ୍ଠୀ ଏହି ମରଣାନ୍ତକ ଖେଳ ‘ମୋମୋ’ ଜାଲରେ ଫସୁଛନ୍ତି । କଟକ…

ରାୟଗଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକର ବିଭିନ୍ନ ଅଞ୍ଚଳରେ ହିଂସାକୁ ନିନ୍ଦା କରି ମାଓବାଦୀ ବିରୋଧୀ ପୋଷ୍ଟର କାନ୍ଥରେ ଛପାଯାଇଛି । ଏହି ପୋଷ୍ଟର୍ ଗୁଡ଼ିକ ମେଡ଼ିକାଲ୍ ବଜାର, ଦହସିଲ ଅଫିସ ସହିତ ଅନେକ ଅଞ୍ଚଳରେ ମରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକୁ ସମ୍ପୂର୍ଣ୍ଣ…

ଗୁରୁଦିବସକୁ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ‘କଳାଦିବସ’ ଭାବେ ପାଳନ

ଭୁବନେଶ୍ୱର: ଦାବି ପୂରଣ ଲାଗି ଗତ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟଶିକ୍ଷକମାନେ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିଛନ୍ତି । ତେବେ ଦାବୀ ପୂରଣ ହେବାକୁ ଓଡ଼ିଶା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଶିକ୍ଷକମାନେ ଏପରି ପନ୍ଥା ଅବଲମ୍ବନ କରିଛନ୍ତି ବୋଲି…

ରାଜଧାନୀରେ ନୀଳ ମାଧବଙ୍କ ଫିଲ୍ମ ‘ହାଲକା’ର ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ୱର / ଦିଲ୍ଲୀ: ବୟସ୍କମାନେ ଛୋଟ କଥାକୁ ଜଟିଳ କରି ଦେଇଥାଆନ୍ତି । କିନ୍ତୁ କୋମଳମତି ଛୋଟ ଛୋଟ ପିଲାମାନଙ୍କର ହୃଦୟ ବେଶ୍ ସ୍ୱଚ୍ଛ ରହିଥାଏ । ପିଲାମାନଙ୍କର ପ୍ରତ୍ୟେକ ଚିନ୍ତାଧାରାରେ ରହିଥାଏ ନିର୍ଦ୍ଦୋଷତା । ସେମାନେ ସତ୍ୟକୁ ଠିକ୍ ରୂପେ ଉପଲବ୍ଧୀ କରିପାରିଥାଆନ୍ତି । ଗୁରୁବାର ଦିନ…

ମୋଦି ସରକାର କଂଗ୍ରେସ ପରି ଋଣଭାର ଲଦୁ ନାହାଁନ୍ତି: ବିଜେପି

ଭୁବନେଶ୍ୱର: ତୈଳଦର ବୃଦ୍ଧି ନେଇ ବିଜେଡ଼ି ଆସନ୍ତା ୭ ତାରିଖରେ ଯେଉଁ ୩ଦିନିଆ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସେନେଇ ରାଜ୍ୟ ବିଜେପି ନାପସନ୍ଦ କରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କଂଗ୍ରେସ ଓ…

ପେଟ୍ରୋଲ-ଡ଼ିଜେଲ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅଥଚ କେନ୍ଦ୍ର ସରକାର ତାହାକୁ…

ତୈଳଦର ବୃଦ୍ଧି ନେଇ ବିଜେଡ଼ିର କେନ୍ଦ୍ରକୁ ସମାଲୋଚନା, ୭ ତାରିଖରୁ ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ନେଇ ଆଜି ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛି । ସାଢେ ୪ ବର୍ଷରେ ଓଡ଼ିଶା ସମେତ ସାରା ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ଘଟିବା ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ…

ଭୁବନେଶ୍ୱର: ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀ-ପୋଲିସ ସଂଘର୍ଷ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଶହଶହ ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ଶହଶହ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିରାଟ ପଟୁଆରରେ ଲୋୟର ପିଏମଜି ଧାରଣା ସ୍ଥଳକୁ ଆସିବା ସହ ବିକ୍ଷୋଭ ଜାରି କରିଥିଲେ । ସୂଚନା…

ପୂର୍ବତନ ବିଧାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ

ଫୁଲବାଣୀ : ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ନାମରେ ଏକ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ  ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ଉକ୍ତ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ପ୍ରତି ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମଧ୍ୟ ଗାଳିଗୁଲଜ…

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ରାଜ୍ୟ ବିଧାନସଭା ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିସହିତ ଗୃହ ମଧ୍ୟରେ ୧ ମିନିଟ୍ ର ନିରବ ଶୋକ ପାଳନ…