Latest Odisha News

BREAKING NEWS

କେନ୍ଦୁଝରରେ ପୋଖରୀକୁ ଓଲଟିଲା ଭ୍ୟାନ୍, ୧୫ ଛାତ୍ରଛାତ୍ରୀ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅନ୍ତର୍ଗତ ଜମ୍ବିରା ଗ୍ରାମ ନିକଟରେ ଏକ ସ୍କୁଲ ବସ ଓଲଟିବା ଫଳରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ହାଟଡିହି ଅଞ୍ଚଳରେ ଏକ ଘରୋଇ ସ୍କୁଲର ମିନିବସ୍ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ…

ଅନୁଗୁଳ: ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକ୍ ଜବତ, ୧୦୦ ଗାଈ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ବୁଧବାର ଦିନ ସ୍ଥାନୀୟ ପୋଲିସ ପାଖାପାଖି ୧୦୦ ଟି ଗାଈ ସହ ୪ଟି ଗୋରୁ ବୋଝେଇ କଣ୍ଟେନର୍ ଟ୍ରକକୁ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ଆଠମଲ୍ଲିକରୁ କୋଲକାତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା…

କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ବିଜୟ ନାୟକ ବୋଲି ଜଣାପଡିଛି । ବିଜୟ ଠାରୁ ଗୋଟିଏ ବାଇକ୍, ଗୋଟିଏ ମାଉଜର ବନ୍ଧୁକ, ଗୋଟିଏ ନକଲି ଭୋଟର ପରିଚୟ ପତ୍ର ଏବଂ ୨ଟି…

ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରି ଭାରତର ୫୦୦ତମ ଦିନିକିଆ ବିଜୟ ହାସଲ

ନାଗପୁର: ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନ୍ତିମ ଓଭରରେ ଶେଷ ୨ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨ୟ ଦିନିକିଆରେ ଚିତାକର୍ଷକ ବିଜୟ ହାସଲ କରିପାରିଛି । ଏହା ଭାରତର ରେକର୍ଡ଼ ୫୦୦ତମ ଦିନିକିଆ ବିଜୟ ହାସଲ । ???#INDvAUS…

ନବୀନ ଖୋର୍ଦ୍ଧାରେ ଶୁଭାରମ୍ଭ କଲେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କଣ୍ଟିଲୋର ପ୍ରଧାନସାହିରେ ମଙ୍ଗଳବାର ଦିନ ‘ଘରେ ଘରେ ଶଙ୍ଖ’ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା…

ରାଜଧାନୀରେ ୩ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଖଲିଖମା ଅଞ୍ଚଳ ନିକଟରେ ମଙ୍ଗଳବାର ଦିନ ଏକ ୩ ବର୍ଷର ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ଜନସାଧାରଣ ଏହି ନାବାଳିକାର ମୃତଦେହ ପ୍ରଥମେ ଦେଖି ପୋଲିସକୁ ଜଣାଇଥିଲେ । ଖବରପାଇ ପୋଲିସ…

ବିରାଟଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ୨୫୧ରନର ବିଜୟ ଲକ୍ଷ୍ୟ

ନାଗପୁର: ଆଜି ନାଗପୁରଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୨ୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ ତମ ଶତକ ହାସଲ କରିଛନ୍ତି । Take a bow #KingKohli ??#INDvAUS pic.twitter.com/x5vvfXhA1d — BCCI (@BCCI) March 5, 2019 ଭାରତ…

ଭୁବନେଶ୍ୱର ଏୟାରପୋର୍ଟରେ ଘରୋଇ ଯାନବାହନ ପାଇଁ ଲାଗିବନି ପାର୍କିଂ ଫି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଏପ୍ରିଲ୍ ୧ ତାରିଖରୁ ଘରୋଇ ଗାଡିଗୁଡିକୁ ପାର୍କିଂ ଶୁକ୍ଲ ଦେବାକୁ ପଡିବ ନାହିଁ । ମିଳିଥିବା ସୂଚନାନୁଯାୟୀ ଯାତ୍ରୀଙ୍କୁ ପିକଅପ୍ କିମ୍ବା ଡ୍ରପ୍ କରିବାକୁ ବିମାନ ବନ୍ଦର ଆସୁଥିବା ସମସ୍ତ ଘରୋଇ ଗାଡିକୁ ଏପ୍ର୍ରିଲ୍ ୧ ତାରିଖ…

ରାହୁଲଙ୍କ ଓଡିଶା ଗସ୍ତସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଓଡିଶା ଗସ୍ତରେ ଆସିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । କଂଗ୍ରେସ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି,…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ୪ ସପ୍ତାହ ସୁଦ୍ଧା ସବୁ ପକ୍ଷ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କୀତ ୧୨ଟି ପ୍ରସଙ୍ଗରେ ସମସ୍ତ ପକ୍ଷ ସେମାନଙ୍କ ଜବାବ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ଗଠିତ ଖଣ୍ଡପୀଠରେ…