Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆତଙ୍କବାଦୀ ବିପଦ !

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆତଙ୍କବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ସତର୍କ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ସୂଚନା ପାଇବା ପରେ ରାଜ୍ୟ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏନେଇ…

ଓଡ଼ିଶା ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ୍

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ସମଗ୍ର ରାଜ୍ୟରେ ଗୁରୁବାର ଦିନ ବନ୍ଦ ଡ଼ାକରା ଦିଆଯାଉଥିବା ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଦିନ ସମସ୍ତ ପରୀକ୍ଷା ବାତିଲ୍ କରିଛି । “ଏତଦ୍ୱାରା ଜଣାଇଦିଆଯାଉଛି କି, ୨୧ ଫେବୃଆରୀ ୨୦୧୯ ତାରିଖ ଦିନ ନବ ନିର୍ମାଣ…

ଥ୍ରୀ-ୱେ ବମିଖାଲ୍ ଫ୍ଲାଏଓଭର୍ ସର୍ବସାଧାରଣଙ୍କ ଲାଗି ଖୋଲିଲା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବମିଖାଲ ଫ୍ଲାଏ ଓଭରବ୍ରିଜକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଛନ୍ତି । ବମିଖାଲ ଫ୍ଲାଏ ଓଭରବ୍ରିଜ ୨୦୧୨ ମସିହାରେ ପ୍ରଥମେ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଶେଷ ହେବା ବେଳକୁ…

ଓଡିଶାରେ ପୁଣି ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡ଼ିଶାର ଉତ୍ତର ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଫେବୃଆରୀ ୨୪ରୁ ୨୬ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମେତ ଝଡତୋଫାନ ହେବା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିିଟି)ର ପରିବେଶ ଓ ଜଳବାୟୁ…

ଭବାନୀପାଟଣାରେ ଯୋଗୀ ଆଦିତ୍ୟନାଥ, ମୋଦୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବାକୁ ଆହ୍ୱାନ

ଭବାନୀପାଟଣା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯୋଗୀ ଆତିତ୍ୟନାଥ ବୁଧବାର ଦିନ ୧୭ ବର୍ଷର ନବୀନ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଭବାନୀପାଟଣାରେ ଏକ ର‌୍ୟାଲିରେ ଉଦବୋଧନ…

ଚେତାବନୀ ସତ୍ୱେ ଫେବୃଆରୀ ୨୧ରେ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରା

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନକ ପରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଚେତାବନୀ ସତ୍ୱେ ନବନିର୍ମାଣ କୃଷକ ସଙ୍ଗଠନ ଓଡିଶା ବନ୍ଦ ଡାକରାରୁ ଓହରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଏନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏକ…

ଆସନ୍ତାକାଲି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ମିଳିତ ଶିକ୍ଷକ ମଞ୍ଚର ଚେତାବନୀ

ଭୁବନେଶ୍ୱର : ଓଡିଶା ସ୍କୁଲ ଆଣ୍ଡ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ତତ୍ୱାବଧାନରେ ଶିକ୍ଷକମାନେ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପାଇଁ ବୁଧବାର ଦିନ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ କର୍ମଚାରୀମାନେ ନିଜର ଦାବି ପୂରଣ ନେଇ ଲୋୟର…

ଗଜପତି: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଅଟକ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାମଗିରି ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଦିନ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନନ୍ଦୁ ରଇତ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ…

ସୁନ୍ଦରଗଡ: ଖଜୁରୀ ରସ ପିଇ ୫ ଜଣ ଅସୁସ୍ଥ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଦ ଗ୍ରାମରେ ଖଜୁରୀ ରସ ପିଇ ମଙ୍ଗଳବାର ରାତିରେ ପାଖାପାଖି ୫ ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଖଜୁରୀ ରସ ପିଇ ଗତକାଲି ରାତିରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ଗ୍ରାମର ୫ଜଣ ବ୍ୟକ୍ତି ଖଜୁରୀ ରସ ପିଇଥିଲେ…

ଭାରସାମ୍ୟ ହରାଇ ଘରେ ପଶିଲା ହାଇୱା, ଡ୍ରାଇଭର ଓ ହେଲପର୍ ଗୁରୁତର

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହ୍ଲାଦ କଲେଜ ଛକ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ନିକଟସ୍ଥ ଏକ ଘରକୁ ଧକ୍କା ଦେଇଛି । ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯିବା ସହ ଏଥିରେ ହାଇୱାର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଥିବା ଜଣାପଡିଛି…