Latest Odisha News

BREAKING NEWS

ହାଫିଜ୍ ସୟିଦ ଦ୍ୱାରା ସ୍ଥାପିତ ‘ଜାମାତ-ଉଦ-ଦାୱା’ ସଂଗଠନକୁ ବ୍ୟାନ୍ କଲା ପାକିସ୍ତାନ

ଇସଲାମାବାଦ: ଅନ୍ତର୍ଜାତୀୟସ୍ତରରେ ଚାପ ସୃଷ୍ଟି ହେବା ଯୋଗୁଁ ଗୁରୁବାର ଦିନ ପାକିସ୍ତାନ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଦ୍ୱାରା ଗଠିତ ଜାମାତ-ଉଦ-ଦାୱା ଏବଂ ଏହାର ଚ୍ୟାରିଟି ସଂସ୍ଥା ଫଲେହ-ଇ-ଇନସାନିୟତ ଫାଉଣ୍ଡେସନକୁ ନିଷିଦ୍ଧ ଘୋଷଣା କରିଛି । ପାକିସ୍ତାନ…

ପାକିସ୍ତାନକୁ ବଡ଼ ଝଟକା: ଭାରତରୁ ପ୍ରବାହିତ ପାଣି ବନ୍ଦ କରାଯିବ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁଲୱାମାଠାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ଘଟଣା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଏକ ବିରାଟ ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ…

ଭଦ୍ରକରେ ସିଲ୍ ହେଲା ୯ଟି ମଦ ଦୋକାନ

ଭଦ୍ରକ: ମହିଳା ମଦ ବିରୋଧୀ କର୍ମୀଙ୍କ ଲଗାତର ଚାପ ଯୋଗୁଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ଅଞ୍ଚଳରେ ୯ଟି ମଦ ଦୋକାନକୁ ସିଲ୍ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ମଦ ବିରୋଧୀ ଅଭିଯାନରେ ସାମିଲ ଥିବା ଅନେକ ମହିଳା ଦୀର୍ଘଦିନ ଧରି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର…

ବଲାଙ୍ଗିର: ଓଲଟିଲା ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ ଟ୍ରକ୍

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଇଣ୍ଡା ନିକଟସ୍ଥ ଜାତୀୟ ରାଜପଥ-୫୫ ରାସ୍ତାରରେ ଗୁରୁବାର ଭୋର୍ ସମୟରେ ମାଟ୍ରିକ୍ ପ୍ରଶ୍ନପତ୍ର ଭରା ଏକ ଟ୍ରକ୍ ଦୁର୍ଘଟଣା ଗସ୍ତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଏହି ଟ୍ରକ୍ ମାଟ୍ରିକ୍ ପ୍ରଶ୍ନପତ୍ର ବୋଝେଇ କରି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା।…

କେନ୍ଦୁପତ୍ର ଚାଷୀଙ୍କ ଅବ୍ୟାହତି ବୟସ ୬୨କୁ ବୃଦ୍ଧି, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ କେନ୍ଦୁପତ୍ର କର୍ମଚାରୀମାନଙ୍କ ଲାଗି ଖୁସିର ଖବର । କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୦ ବର୍ଷରୁ ୬୨ ବର୍ଷକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । କେନ୍ଦୁପତ୍ର…

ଓଡ଼ିଶା ବନ୍ଦ ଦୁର୍ଭାଗ୍ୟଜନକ: ବିଜେଡ଼ି

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଦିନ ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରାକୁ ଶାସକ ବିଜୁ ଜନତା ଦଳ ଦୁର୍ଭାଗ୍ୟଜନକ ବୋଲି କହିଛି । ଗଣମାଧ୍ୟମକୁ ଏକ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଏହି ବନ୍ଦ ଡ଼ାକରା କୃଷକ…

ବଲାଙ୍ଗିର: ବିଶାଖାପାଟଣା-ଭଗତ କି କୋଠି ଟ୍ରେନରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଲୱେ ଷ୍ଟେସନ୍ ନିକଟରେ ଗୁରୁବାର ଦିନ ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଭୟଭିତ ହୋଇପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରୁ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଜାଣିପାରି…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ଆକାଶ ମାର୍ଗରେ କାଶ୍ମୀର ଯିବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ : ପୁଲୱାମା ଠାରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଗୁରୁବାର ଦିନ କେନ୍ଦ୍ର ସରକାର ଯବାନମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । https://twitter.com/HMOIndia/status/1098499349502406656 ଏହି ନିଷ୍ପତ୍ତି ଅନୁଯାୟୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ମୃତ ଓ ୨୦ ଆହତ

ନୂଆପଡା/ଗଞ୍ଜାମ : ରାଜ୍ୟର ନୂଆପଡା ଓ ଗଞ୍ଜାମରେ ଗୁରୁବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମରେ ଗୁରୁବାର ଦିନ ଦୁର୍ଘଟଣା ଘଟିଥିବା ବେଳେ ନୂଆପଡାରେ ବୁଧବାର ବିଳମ୍ବିତ ରାତିରେ ଏହି ସଡକ ଦୁର୍ଘଟଣା ଘଟିଥିବା…

ନୟାଗଡରେ ଯୁବକଙ୍କୁ ନିର୍ମମ ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଗୁରୁବାର ଦିନ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳେ କୃଷ୍ଣଙ୍କ ପରିବାର ଲୋକେ…