Latest Odisha News

BREAKING NEWS

ହଟିଲା ଦ୍ବନ୍ଦ୍ବ: ଅନେକ ବିବାଦ ପରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ସନାତନୀ’

କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ' । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।…

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬…

ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର, ସଚିବମାନଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର। ଏପରି ନିର୍ଦ୍ଦେଶ ପାଇଛନ୍ତି ସଚିବ। ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ ଆଇଏଏସ୍ ଅଫିସର। ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର…

କେନ୍ଦ୍ର ସରକାରଙ୍କ ନିଷ୍ପତି, ବନ୍ଦ ହେବ ଚାଟଜିପିଟି, ଡିପସିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍‌ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ…

ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଓ୍ବାଶିଂଟନ:ଡଜନ ,ଦୁଇ ଡଜନ ନୁହେଁ ଚୋରି ହୋଇଗଲା ଲକ୍ଷେ ଅଣ୍ଡା । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶରେ ପାଖାପାଖି ଏକ ଲକ୍ଷ ଅଣ୍ଡା ଚୋରି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ଚୋରି ହୋଇଥିବା ଅଣ୍ଡାର ମୂଲ୍ୟ ୪୦ ହଜାର ଡଲାର ହେବ। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା…

ପୋଡିହୋଇ ବେଙ୍ଗାଲୁରୁରେ ୫ ଓଡିଆ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ୫ ଦାଦନ ଶ୍ରମିକ ଗୁରୁତର । ଏହି ଅଘଟଣ ଘଟିଛି ବେଙ୍ଗାଲୁରୁରେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ରୁନା ସାହୁ, ସନ୍ତୋଷ ବେହେରା, ପବିତ୍ର ସେଠୀ, ବିପିନ ସେଠୀ ଓ ସାରଥୀ ସେଠୀ ।…

ମହାକାଶ ଅପେକ୍ଷା ସମୁଦ୍ର କାହିଁକି ଏତେ ରହସ୍ୟମୟ? ଜାଣନ୍ତୁ ଗଭୀରତାକୁ ନେଇ କଣ କୁହନ୍ତି ବିଶେଷଜ୍ଞ

ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ନିରନ୍ତର ପ୍ରଗତି କରୁଛନ୍ତି। କେବଳ ଏତିକି ନୁହେଁ, ବୈଜ୍ଞାନିକମାନେ ମହାକାଶ ଗ୍ରହଗୁଡ଼ିକରେ କଲୋନୀ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ ସମୁଦ୍ର ତଳେ ଅନୁସନ୍ଧାନ କରିବାରେ ବିଫଳ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ…

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବେହୋସ ହେଲେ ଯୁବକ

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ଟିକେଟ କିଣିବା ପାଇଁ କାଉଣ୍ଟର ବାହାରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଠେଲାପେଲା କାରଣରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଯୁବକ ବେହୋସ ହୋଇପଡିଥିବା ଖବର…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ…

ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରୟାଗରାଜ: ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି। ପୂଜାର୍ଚ୍ଚନା ପରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଆଜି ପବିତ୍ର ମାଘ ଅଷ୍ଟମୀରେ ପ୍ରୟାଗରାଜ…