Latest Odisha News

BREAKING NEWS

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ

କଟକ: ଓଡ଼ିଶାରେ ରାହୁଲ ଗାନ୍ଧି । ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…

ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣ ଆଖି ବୁଜି ସାରିଥିବା…

ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ…

ଟ୍ୱିନସିଟିକୁ ପୁଣି ରେଡ ଆଲର୍ଟ, ଆଜି ସାଢେ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର

ଭୁବନେଶ୍ଵର: ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ରାଜଧାନୀ । ନିଆଁର କର୍ଫ୍ୟୁରେ ସନ୍ତୁଳି ହେଉଛି ଟ୍ଵିନସିଟି । ଗତ ୧୦ ଦିନ ହେଲା ଟ୍ୱିନସିଟିରେ ଆକାଶ ଖସୁଛି ନିଆଁଝୁଲ। ସେପଟେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ପାଇଁ ଆଜି ମଧ୍ୟ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ରେଡ-ଆଲର୍ଟ…

ଓଡିଶାରେ ରାହୁଲ ଗାନ୍ଧି, ସାଲେପୁରରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗରେ ସାଲେପୁର ଯାଉଛନ୍ତି ରାହୁଲ ଗାନ୍ଧି । ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ…

ମେ ୬ରୁ ଓଜେଇଇ, ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ’୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ଆଡମିଟ୍ କାର୍ଡ ଡାଉନଲୋଡ ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ତାଙ୍କ ଆଡମିଟ୍ କାର୍ଡ…

ମସଲାରୁ କ୍ୟାନ୍ସର କାରକ ମିଳୁଥିବା ଅଭିଯୋଗକୁ ଖଣ୍ଡନ କଲା ଏମଡିଏଚ

ନୂଆଦିଲ୍ଲୀ: ମସଲାରେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ପାଇଁ ଦାୟୀ କୀଟନାଶକ ମିଳିବା ଖବର ପାଇବା ପରେ ମସଲାକୁ ନେଇ ଦେଖାଦେଇଛି ବିବାଦ । ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ବିବାଦରେ ଥିବା ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ । ଏମଡିଏଚ କହିଛି ଯେ, ଏହାର ମସଲା…

ଏହି ତାରିଖରେ ରିଲିଜ ହେବ ‘କଳକୀ ୨୮୯୮ ଏଡି’: ଜାଣନ୍ତୁ ତାରିଖ…

ମୁମ୍ବାଇ: ସାମ୍ନାକୁ ଆସିଲା ‘କଳକୀ ୨୮୯୮ ଏଡି’ ର ରିଲିଜ ତାରିଖ । ବାହୁବଳୀ ଫେମ୍ ପ୍ରଭାସଙ୍କ ଅଭିନୀତ କଳକୀ ୨୮୯୮ ଏଡି ଚଳଚ୍ଚିତ୍ର ଆସନ୍ତା ଜୁନ୍ ୨୭ ତାରିଖରେ ମୁକ୍ତିଲାଭ କରିବ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପୂର୍ବରୁ ମେ ୯ ରେ ରିଲିଜ ହେବାର ଥିଲା । ତାରିଖ ଘୋଷଣା ସହିତ…

ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିଲା:୪ ଶ୍ରମିକ ଆହାତ

ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା  ।ପୁରୀ ରେଲଓ୍ବେ  ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ…

ଯଦି ମମତା ବାନାର୍ଜୀ ଭାବୁଛନ୍ତି ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ଜିତିଯିବେ, ତେବେ ଏହା ତାଙ୍କର ବଡ ଭୁଲ:…

କୋଲକାତା: ବର୍ତ୍ତମାନ ଚାରିଆଡେ ନିର୍ବାଚନର ମାହୋଲ । ଏହାରି ଭିତରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଭାବୁଛନ୍ତି ଯେ ସେ…