Latest Odisha News

BREAKING NEWS

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ…

ଭାରତ ଠାରୁ ଦୂରରେ ଯିବ ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଛୁଇଁବନି ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ ଗୋଆ ଠାରୁ…

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର ।  ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀ ତୈଳ ଦର ହ୍ରାସ କରିପାରନ୍ତି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସରକାରୀ ସୂଚନାକୁ ଆଧାର କରି ଏଏନଆଇ ପକ୍ଷରୁ କୁହାଯାଇଛି, ଏହି କମ୍ପାନୀ…

ଆମୀରଙ୍କ ଘରେ କପିଲ ଶର୍ମା ଗୀତ ଗାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କ ଟିଭି ଶୋ ଦ୍ୱାରା ନିଜର ପ୍ରଶଂସକଙ୍କ ଲଗାତାର ମନ ଜିତି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆମୀର ଖାନ ଅଛନ୍ତି। ଏହି ଭିଡିଓଟି କୌଣସି ଟିଭି ଶୋ'ର ନୁହେଁ ବରଂ ଆମୀର ଖାନଙ୍କ ଘରର ଭିଡିଓ। ଏଥିରେ 'କ୍ୟାରି…

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

ନର୍ସିଂ ଗ୍ରାଜୁଏଟଙ୍କୁ ଜୁନିଅର ଡାକ୍ତର ମାନ୍ୟତା ଖବର ଉପରେ ସ୍ପଷ୍ଟୀକରଣ ରଖିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଏସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନର୍ସିଂ ଅଫିସର ଏବଂ ଜୁନିଅର ଡାକ୍ତର କୁହାଯିବା ନେଇ ଏକ ପ୍ରଚାରିତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରାଳୟର ଟୁଇଟର ହାଣ୍ଡେଲରେ ଏ ନେଇ ସୂଚନା ଦିଆ ଯାଇଛି । ବିଏସସି ନର୍ସମାନଙ୍କୁ ନର୍ସିଂ ଅଫିସର…

ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ, ଡରୁଛନ୍ତି ପିଲା !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ବାହାନଗା ବଜାର ହାଇସ୍କୁଲର କୋଠରୀ ଭଙ୍ଗା ଯାଇପାରେ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା…

ଏପିଜେ କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଡିଆରଡିଓ ପକ୍ଷରୁ ଡକ୍ଟର ଏପିଜେ ଅବ୍ଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରାଯାଇଛି । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ ଟାର୍ଗେଟକୁ ଧ୍ୱଂସ କରି ଦେଇଛି । ତିନିଥର ସଫଳ ପରୀକ୍ଷଣ…

କେରଳ ଛୁଇଁଲା ମୌସୁମୀ; ଓଡ଼ିଶା ଆସିବାକୁ ବିଳମ୍ବ

 ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ସୂଚନା ଦେଇଛି ଆଇଏମଡି । ଆଜି  ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ମୌସୁମୀ ଦକ୍ଷିଣ-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି ।  ବୁଧବାର କେରଳରେ…

ଅନଲାଇନ ଗେମ ନାଁରେ ପିଲାଙ୍କୁ କରାଯାଉଛି ଧର୍ମାନ୍ତର-ଗାଜିଆବାଦ ପୋଲିସର ବଡ ସୂଚନା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ନାବାଳକଙ୍କ ଧର୍ମାନ୍ତର ସମ୍ପର୍କିତ ନୂଆ ନୂଆ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ ସଂକ୍ରାନ୍ତରେ ପୁଣି ଏକ ନୂଆ ମାମଲା ଶୁଣିବାକୁ ମିଳିଛି । ଗାଜିଆବାଦ ସିଟି ଡିସିପି ନିପୁଣ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ତାଙ୍କର ପାଖରେ ସୂଚନା ରହିଛି ଯେ,…