Latest Odisha News

BREAKING NEWS

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ବ୍ୟବସାୟ କରୁଥିବା ପୁରୀର ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତି କରାଯାଇଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ସହ କାର ଓ ବାଇକ୍ ରହିଛି । ଗଞ୍ଜେଇ କାରବାରର ସମ୍ପୃକ୍ତ…

ପିଆଜ ଚାଷକୁ ପ୍ରୋତ୍ସାହନ, ଦର ବୃଦ୍ଧି ରୋକିବାକୁ ୫ ଜିଲ୍ଲାରେ ଗୋଦାମ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ପିଆଜ ଚାଷ କମ୍ ପରିମାଣରେ କରାଯାଉଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ପାଇଁ ବିଭିନ୍ନ ସମୟରେ ଚିନ୍ତାର କାରଣ ପାଲଟୁଛି । ଏସବୁ ସମସ୍ୟାକୁ ଦେଖି ସରକାର ରାଜ୍ୟର ୫ଟି ଜିଲ୍ଲାରେ ଗୋଦାମ…

ରିଲିଜ୍ ହେଲା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ପ୍ରୀତିବନ୍ଧନ’

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରୀତିବନ୍ଧନ’ ନିକଟରେ ରିଲିଜ୍ ହୋଇଯାଇଛି । ନେକ୍ସଟ୍ ଡୋର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ, ଅଭିନେତ୍ରୀ…

ସ୍କୁଟିରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ନୂଆଦିଲ୍ଲୀ: ସ୍କୁଟିରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ସ୍କୁଟି୍‌ରେ…

ଆଇଫା ୨୦୨୩ରେ ହ୍ରିତିକ୍‌ଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ଅଭିନେତା ହ୍ରିତିକ ରୋଶନଙ୍କୁ ଆଇଫା ଆୱାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ଼ ପ୍ରଦାନ କରାଯାଇଛି । ସେ ଫିଲ୍ମ ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ଫିଲ୍ମରେ ହ୍ରିତିକ୍‌ଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଆୱାର୍ଡ଼ ପାଇବା ପରେ…

ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଆଇପିଏଲ ଫାଇନାଲ ପୂର୍ବରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି ଏହା ମୋର ଶେଷ ଆଇପିଏଲ । ମୁଁ ୟୁ ଟର୍ଣ୍ଣ ନେବାର ପ୍ରଶ୍ନ ଉଠୁନି । ରବିବାର ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ…

ଘର ଛାଡ଼ି କାରରେ କୁକୁର,ବିଲେଇ ସହ ରୁହନ୍ତି ମହିଳା

ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନେ ରାସ୍ତାକଡ଼ରେ ରହିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଆପଣ କେବେ କାହାକୁ ନିଜ ଇଚ୍ଛାରେ ରାସ୍ତାକଡ଼ରେ ରହୁଥିବା ଦେଖିଛନ୍ତି କି? ଆଜିକାଲି ଜଣେ ମହିଳା ଏକ କାରରେ ରୁହନ୍ତି, ତାହା ମଧ୍ୟ ତାଙ୍କ ଗୃହପାଳିତ ପଶୁମାନଙ୍କ ସହିତ । ଆପଣ ଏବେ ଭାବୁଥିବେ ଯେ,…

ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତର ଏଚଏସ ପ୍ରଣୟ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସରେ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୮ରେ ପରାସ୍ତ କରିଥିଲେ । ସାଇନା…

୨୦୨୪ ନିର୍ବାଚନ ପ୍ରସ୍ତୁତି, ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ତାଲିକା ମାଗିଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏକି ଚିଠି କରାଯାଇଛି ।…

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ…