Latest Odisha News

BREAKING NEWS

ତାଳଚେରରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ତାଳଚେର: ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ । ସୂଚନା ଅନୁସାରେ ଅରା ସାହିର…

ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ

ଅନୁଗୁଳ: ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ଵାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସ୍ତ୍ରୀ ନାଁରେ ଥାନାରେ ଏତଲା । ସୂଚନା ଅନୁସାରେ,…

ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ

ଆମେରିକା: ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ । ୫୪ ବର୍ଷରେ ମାଥ୍ୟୁ ପେରୀଙ୍କ ଦେହାନ୍ତ ହୋଇଛି । ଲସ ଏଞ୍ଜେଲସ ଘରେ ହଟଟବରୁ ମାଥ୍ୟୁ ପେରୀଙ୍କ ମୃତଦେହ ମିଳିଛି । ହଟଟବରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ମାଥ୍ୟୁ ୯୦ ଦଶକର ସିଟକମ୍ ସୁପର…

ଶାଳୀନତା ପୋଷାକର ସଚେତନା; ଶ୍ରୀମନ୍ଦିରକୁ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଯାଇଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହେବ ନୂଆ କଟକଣା। ନୂଆବର୍ଷ ପହିଲାରୁ ଶାଳୀନତା ଭାବେ ପୋଷାକ ପରିଧାନ ନକଲେ ଭକ୍ତଙ୍କୁ ଜଗା ଦର୍ଶନ ମନା। ଏଭଳି ନିଷ୍ପତ୍ତି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଆଜି ସେବାୟତମାନେ କିଛି ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କରି…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ। ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ ଟୁଡୁଙ୍କ ଝିଅ ସାକରଙ୍କ…

କାର୍ତ୍ତିକ ମାସରେ କାହିଁକି କରାଯାଏ ତୁଳସୀ ପୂଜା? ଜାଣନ୍ତୁ ଏହାର ମହତ୍ତ୍ଵ…

ଭୁବନେଶ୍ଵର: ପୁଣ୍ୟ ମାସ କାର୍ତ୍ତିକ । ଏହି ମାସରେ ସ୍ନାନ ଦାନ ସହିତ ଧ୍ୟାନ ଜପର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ମନେ କରାଯାଏ । ମାନ୍ୟତା ରହିଛି ଏହି ମାସରେ ବିଧି ଅନୁସାରେ ପ୍ରତିଦିନ ତୁଳସୀଙ୍କ ପୂଜା କଲେ ଘରେ ସୁଖ…

ଅହେତୁକ ଭାବରେ ବୃଦ୍ଧି ପାଉଛି ପିଆଜ ଦର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସମଗ୍ର ଓଡିଶାରେ ପିଆଜ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବା ବେଳେ ହୋର୍ଡିଂ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ରବିବାର ଚେତାବନୀ ଦେଇଛନ୍ତି। ପିଆଜ କଳାବାଜାରି ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା…

ପୁଅ ନାଁ ରେ କଳଙ୍କ: ମା’କୁ ମାଡ ମାରି ବନ୍ଧା ହେଲା ଓକିଲ ପୁଅ

ପଞ୍ଜାବ: ଦଶ ମାସ ଦଶ ଦିନ ଗର୍ଭରେ ଧରି ପୁଅ ଜନ୍ମ କରିଥିଲା ମା’ । ଭାବିଥିଲା ଶେଷ ସମୟରେ ପୁଅ ସାହାରା ହେବ । ମଲା ବେଳେ ପାଟିରେ ଗଙ୍ଗା ଜଳ ହେବ । କିନ୍ତୁ ପୁଅ ଯେତେବେଳେ ମା’ କୁ ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଦିଏ ସେତେବେଳେ ମା’ ବା ଦୋଷ ଦେବ କାହାକୁ । ହଁ ଆଜ୍ଞା ବୃଦ୍ଧା ବୟସ୍କ ମା’…

ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ ଆତ୍ମହାତ୍ୟା କରିଥିବା…

ଆତ୍ମନିର୍ଭର ଭାରତ ଗଢିବା ଆମର ସ୍ଵପ୍ନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ହେଉଛି ୧୦୬ ତମ ଏପିସୋଡ୍ । ଏହି ଅବସରରେ ଅନେକ ବିଷୟରେ ଉପରେ ଗୁରୁତ୍ୱାରୋପ କରିଛନ୍ତି…