Latest Odisha News

BREAKING NEWS

କର୍ଣ୍ଣାଟକର କୋଲାରରେ ଗର୍ଜିଲେ ରାହୁଲ, କହିଲେ ‘ମୋତେ କେହି ଅଟକାଇ ପାରିବେନି’

ବେଙ୍ଗଳୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର କର୍ଣ୍ଣାଟକ କୋଲାରଠାରେ ଏକ ବିଶାଳ ଦଳୀୟ ସଭାକୁ ସମ୍ବୋଧନ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ, କୋଲାର ସେହି ଜାଗା, ଯେଉଁଠି ୨୦୧୯ ମସିହାରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ମନ୍ତବ୍ୟ ଦେବା…

ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କଲେ ଏସଆରସି ସତ୍ୟବ୍ରତ ସାହୁ, ଶାନ୍ତିଶୃଙ୍ଖଳା ପାଇଁ କଲେ ଅନୁରୋଧ

ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ରବିବାର ଏସଆରସି ତଥା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ…

ଅମଙ୍ଗ ଝିଅକୁ ସ୍କୁଲ ପଠାଇବାକୁ ଦାମି ଉପହାର ଦେଲେ ବାପାମାଆ

ମାଲେସିଆ: ଧନୀ ଲୋକମାନେ ପ୍ରାୟତଃ ସେମାନଙ୍କ ଟଙ୍କା ଏବଂ ଧନରେ ଏତେ ବୁଡି ଯାଆନ୍ତି ଯେ ସେମାନଙ୍କ ଆଖିରେ ଟଙ୍କା ମୂଲ୍ୟ କମିଯାଏ । ସେମାନଙ୍କର ପିଲାମାନେ ମଧ୍ୟ ଏହିପରି ହୁଅନ୍ତି । ପିଲାଦିନରୁ ସେମାନେ ମହଙ୍ଗା ପୋଷାକ, ମହଙ୍ଗା ଖେଳନା, କାର, ବାଇକ୍‌, ଘଣ୍ଟା ଇତ୍ୟାଦି ବ୍ୟବହାର କରନ୍ତି ।…

ଆସିଲା ଅତିକର ପୋଷ୍ଟମର୍ଟମ ରିପୋର୍ଟ, ଦେହରେ ବାଜିଥିଲା ୮ଟି ଗୁଳି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପୋଲିସ କବଜାରେ ଗୁଳି କରି ହତ୍ୟା କରାଯାଇଥିଲା । ୩ ଜଣ ଯୁବକ ସାମ୍ବାଦିକ ଭାବେ ପୋଲିସର ନିକଟତର ହୋଇ ଆଖିବୁଜା ଗୁଳିମାଡ଼ କରିଥିଲେ । ପ୍ରାୟ ୧୮ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ୮ଟି ଗୁଳି ଅତିକ ଅହମଦ…

୪୩ ଡିଗ୍ରୀରେ ଭାଜି ହେଲା ଝାରସୁଗୁଡ଼ା, କାଲି ଘଡ଼ଘଡ଼ି ବର୍ଷା ନେଇ ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୪୧ ଡିଗ୍ରୀ ଉପରେ ୧୦ ସହର ରହିଥିବା ବେଳେ ୪୨ ଡିଗ୍ରୀ ଟପିଛି ୪ ସହର । ବୌଦ୍ଧର ସର୍ବୋଚ୍ଚ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ଅବକାରୀ ମାମଲାରେ ଗତବର୍ଷ ତୁଳନାରେ ଗିରଫଦାରୀ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପାଖପାଖି…

ପୁଅର ମୃତ୍ୟୁ ପରେ ନିଜ ନାତୁଣୀକୁ ଜନ୍ମ ଦେଲେ ମହିଳା

ସ୍ପେନ୍ : ଅଧିକାଂଶ ଜେଜେବାପା ଜେଜେମାଆ ନିଜର ନାତିନାତୁଣିକୁ କୋଳରେ ଧରି ଖୁସି ଅନୁଭବ କରିବାକୁ ଚାହାଁନ୍ତି । ଏହି ସୁଖ ଦେଖିବା ପ୍ରତ୍ୟେକ ମହିଳାଙ୍କ ଭାଗ୍ୟରେ ନ ଥାଏ । କେତେକ ମହିଳା ଆଖି ସାମ୍ନାରେ ନିଜ ପୁଅକୁ ହରାଇବାର କଷ୍ଟ ପାଇଥାନ୍ତି । ସ୍ପେନର ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ…

ପଠାନ ସଫଳତା ପରେ ଏବେ କମେଡି ନୁହେଁ , ଆକ୍ସନ୍ ଫିଲ୍ମ ଦରକାର : ଜନ୍ ଆବ୍ରାହମ

ମୁମ୍ବାଇ: ଫିଲ୍ମ ‘ପଠାନ' ସଫଳତାରେ ରେକର୍ଡ଼ କରିଛି । ଏଥିରେ ଶାହାରୁଖ ଖାନଙ୍କ ବ୍ୟତୀତ ଜନ୍ ଅବ୍ରହାମଙ୍କ ଅଭିନୟକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି । ତେଣୁ ଏବେ ଜନ୍ ଆଉ କମେଡି ଫିଲ୍ମ କରିବେ ନାହିଁ । ଆଗକୁ କେବଳ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ମନ ବଳାଇଛନ୍ତି ଜନ୍ । କାରଣ ପଠାନରେ…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…