Latest Odisha News

BREAKING NEWS

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ, ୧୦ରୁ ଅଧିକ ଗୁରୁତର

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା…

ଖୁବ୍‌ ଶୀଘ୍ର ବାପା ହେବେ ଅଭିନେତା ବିକ୍ରାନ୍ତ, ସୋସିଆଲ ମିଡିଆରେ ଖିୁସି ସେୟାର କଲେ ଦମ୍ପତି

ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି ନିଜର ଦମଦାର ଅଭିନୟ ପାଇଁ ଖୁବ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିଛନ୍ତି। ସେ ବଲିଉଡରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ଚମତ୍କାର ଅଭିନୟ ପାଇଁ ବେଶ୍‌ ଜଣାଶୁଣା। ଛୋଟ ପରଦାରୁ ଆରମ୍ଭ କରି ସେ ବଡ଼ ପରଦାରେ ନିଜର ସ୍ଥାନ ସୃଷ୍ଟି…

ପରିବେଶର ଉପଯୋଗୀ ଗୋଦାବରୀ ଇଭି: ଥରେ ଚାର୍ଜ କଲେ ଗଡିବ ୧୧୦ କିମି.

ଭୋପାଲ: ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ ଲୋଡର । ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ ଲୋଡର ଏବେ ବଜାରରେ ଉପଲବ୍ଧ । ଏଥିରେ ରହିଛି ୧୦.୨ kWH ଲିଅନ୍ ବ୍ୟାଟେରୀ । ଯାହା ଥରକରେ ୧୧୦ କିମି ଯିବାର କ୍ଷମତା ରଖିଛି ।…

ରାଜ୍ୟରେ କମିବ ବର୍ଷା, ଆଗାମୀ ୨ ଦିନ ପାଇଁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।…

ସାମ୍ନାକୁ ଆସିଲା ମେହେନ୍ଦି କାର୍ଯ୍ୟକ୍ରମ ଝଲକ, ନଜର ପକାନ୍ତୁ ପରିଣୀତିଙ୍କ ହାତରେ ରାଘବଙ୍କ ନାମର ମେହେନ୍ଦି ଉପରେ

ଉଦୟପୁର: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ବାହାଘର । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ।…

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଅନ୍ତିମ ଦିବସରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ପୁରୀ: କୃଷ୍ଣ ଜନ୍ମଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ହେଉଛି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କୃଷ୍ଣ ଲୀଳାର ଶେଷ ଦିବସରେ କଂସ ବଦ୍ଧ ବିଧି ସମ୍ପନ୍ନ ହେବ । ଆଜି ମହାରାଜ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଟିର ମଣିଷ (୧୯୬୮) ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ ରଜାଝିଆ ବାହୁନୁଚି ଦେଖି ବୁଢ଼ାବର ଆହା…

ପାରିପାର୍ଶ୍ବିକ ପରିସ୍ଥିତି ମୋ ହାତରେ କଲମ ଧରେଇଦେଲା : ମଞ୍ଜୁ ରାଣୀ ବେହେରା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ମଞ୍ଜୁ ରାଣୀ ବେହେରାଙ୍କ ସହ ‘ସ୍ୱଳ୍ପ ଆଳାପ’…

ମାଆ ସାଜିଲା ପିଶାଚୀ: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା

ବାଲେଶ୍ଵର: ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ମେଡିକାଲ ପାଇଖାନା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ।…