Latest Odisha News

BREAKING NEWS

ଚଳିତ ମାସରେ ହଲକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ମନସ୍କ’

ଭୁବନେଶ୍ୱର: ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ‘ମନସ୍କ’ ଚଳିତ ମାସରେ ସାରା ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଭିନ୍ନ ଧରଣର ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ମାନସ ସାହୁ । ସେ କହିଛନ୍ତି,…

ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରୁ ଠେଲିଦେଲେ, ଜଣଙ୍କ ମୃତ୍ୟୁ

ରାଞ୍ଚି: ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରେ ଝଗଡ଼ା । ଆଉ ତା ପରେ ୨ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଚାଏବାସାରେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚକ୍ରଧରପୁର ଜୋନରେ ଏହି ଘଟଣା…

୭ ଜାତୀୟ ରାଜନୈତିକ ଦଳକୁ ଅଜଣା ଉତ୍ସରୁ ହୋଇଛି ୬୬ ପ୍ରତିଶତ ପଣ୍ଡିଂ; ଏଡିଆର୍ ରିପୋର୍ଟ

ନୂଆଦିଲ୍ଲୀ: ବେନାମୀ ନାଁରେ ରାଜନୈତିକ ଦଳକୁ ଆସୁଛି ଟଙ୍କା। ଏଡିଆର୍‌ ରିପୋର୍ଟରେ ଏହାର ଖୁଲାସା ହୋଇଛି। ୨୦୨୧-୨୨ରେ ୭ ଜାତୀୟ ରାଜନୈତିକ ଦଳକୁ ଇଲେକ୍ଟୋରାଲ ବଣ୍ଡ ଓ ଅଜଣା ଉତ୍ସରୁ ୬୬ ପ୍ରତିଶତରୁ ଅଧିକ ଟଙ୍କା ଆସିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ(ଏଡିଆର୍) ରିପୋର୍ଟେର…

ଜୋର୍ ଧରିଲା ସରନା କୋଡ୍ ଦାବି, ରାଞ୍ଚିରେ ଗର୍ଜିଲେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ

ରାଞ୍ଚି: ଭାରତରେ ସରନା ଧର୍ମକୁ ମାନୁଥିବା ଆଦିବାସୀମାନେ ନିଜକୁ ଏକ ନୂଆ ଧାର୍ମିକ ସମୂହର ମାନ୍ୟତା ଦାବି କରି ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସମସ୍ତଙ୍କ ପାଇଁ କୋଡ୍ ଅଛି କିନ୍ତୁ ଆଦିବାସୀଙ୍କ ପାଇଁ କୌଣସି କୋଡ୍ ନାହିଁ । ଏହି କ୍ରମରେ…

ଡିଏ ବୃଦ୍ଧି କରିବାକୁ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କ ଅନଶନ ଜାରି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଲେ

କୋଲକାତା: ଡିଅରନେସ୍ ଆଲାଓନ୍ସ(ଡିଏ) ବଢ଼ାଇବା ପାଇଁ ଅନଶନ କରୁଥିବା ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଦାବି କରିଛନ୍ତି। ଏନେଇ ରବିବାର ଆନ୍ଦୋଳନରତ କର୍ମଚାରୀମାନେ ରାଜ୍ୟାପାଳ ସିଭି ଆନନ୍ଦ ବୋସଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଥରେ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅସୁସ୍ଥ ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ତାଙ୍କ ତଳିପେଟରେ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କୁ ଏକ ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମେଡିକାଲ ଟେଷ୍ଟ…

ଇଂଲଣ୍ଡ ବିପକ୍ଷରେ ଐତିହାସିକ ଟି୨୦ ସିରିଜ ଜିତିଲା ବାଂଲାଦେଶ

ଢ଼ାକା: ବାଂଲାଦେଶ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଜିତି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଘରୋଇ ଦଳ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି…

ବରଫପାତରେ ଫସିଥିଲେ ପାଖାପାଖି ୪୦୦ ପର୍ଯ୍ୟଟକ; ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ୍: ସିକ୍କିମର ନାଥୁଲା ଓ ତ୍ସୋମଗୋ ହ୍ରଦରୁ ଫେରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଥିବା ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା। ଶନିବାର ନାଥୁଲା ଓ ତ୍ସୋମଗୋ ହ୍ରଦରୁ  ପାଖାପାଖି ୧୦୦ଟି ଗାଡ଼ି ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବଳ ବରଫପାତ ହୋଇଥିଲା। ଫଳରେ…

ପଞ୍ଜାବରେ ବନ୍ଧୁକ ପରମ୍ପରା ଉପରେ ଚଢ଼ାଉ ଜାରି; କ୍ୟାନ୍‌ସଲ ହେଲାଣି ୨୦୦୦ ଆର୍ମ ଲାଇସେନ୍ସ

ଚଣ୍ଡିଗଡ଼: ପଞ୍ଜାବରେ ଆମେରିକା ଭଳି କଥା କଥାକେ ଫୁଟୁଛି ଗୁଳି। ଯାହାକୁ ନେଇ ଅନେକ ସମୟରେ ପଞ୍ଜାବ ବଦନାମ ବି ହୋଇଛି। ରାଜ୍ୟରେ ବନ୍ଧୁକ ପରମ୍ପରା ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରଜ୍ୟସାରା ଚଢ଼ାଉ ଜାରି ରହିଛି। କେବଳ ରବିବାର ପଞ୍ଜାବରେ ୮୧୩ ଜଣଙ୍କର ବନ୍ଧୁକ…

ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ

ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା…