Latest Odisha News

BREAKING NEWS

‘ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି’: ମେଡିକାଲ୍ ବୋର୍ଡ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ । ନବ ଦାସଙ୍କୁ ଗୁଳି ପର ଠାରୁ ଗୋପାଳଙ୍କ ପତ୍ନୀ, ଡାକ୍ତରଙ୍କ ମନ୍ତବ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସେଇ ଦିଗରେ ଗତି କରୁଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଫାଇନ୍ ପୋକ୍ସୋ କୋର୍ଟ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମାଲରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ। ଏଥିସହିତ ୨୦ ହଜାର ଟଙ୍କା ଫାଇନ୍ ବି କରାଯାଇଛି। ଫାଇନ୍ ଟଙ୍କା ନ ଦେଇପାରିଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସମସ୍ତ ସାକ୍ଷ…

କଶ୍ମୀର ଫେକ ଏନକାଂଉଟର କେସ: ଆର୍ମି କ୍ୟାପଟେନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତୀୟ ଆର୍ମି କୋର୍ଟ ସୋମବାର କଶ୍ମୀରର ଅମୀଶପୋରାରେ ହୋଇଥିବା ଏନକାଂଉଟର ମାମଲାରେ ସମ୍ପୃକ୍ତ କ୍ୟାପଟେନଙ୍କୁ ଦୋଷୀ ପାଇଛି । ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଫେକ ଏନକାଂଉଟର ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୮ ଜୁଲାଇ ୨୦୨୦ରେ ଦକ୍ଷିଣ କଶ୍ମୀରରେ ଏହି ଫେକ…

କେନ୍ଦ୍ରାପଡା, ଯାଜପୁର ରୋଡ୍‌, ବଲାଙ୍ଗିର, ତାଳଚେର ସହରରେ ଆରମ୍ଭ ହେଲା ଏୟାରଟେଲ୍ 5G

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଦେଶର ୧୨୫ଟି ସହରରେ ଏହାର ଅଲ୍‌ଟ୍ରାଫାଷ୍ଟ୍ ୫ଜି ସେବାର ଶୁଭାରମ୍ଭର ଘୋଷଣା କରିଛି । ଏୟାରଟେଲ୍ ୫ଜି ପ୍ଲସ୍ ସେବା ବର୍ତମାନ ଦେଶର ୨୬୫ରୁ ଅଧିକ ସହରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ପୂର୍ବରୁ ଓଡିଶାର ଭୁବନେଶ୍ୱର,…

ଦେଖିବାକୁ ସୁନ୍ଦର, ହେଲେ ଦୁନିଆର ସବୁଠାରୁ ବିପଜ୍ଜନକ ପକ୍ଷୀ

ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ ବହୁତ ସୂଚନା ଦେଇଥାଏ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଦୁନିଆର ସବୁଠୁ ସୁନ୍ଦର ଓ ଭୟଙ୍କର ପକ୍ଷୀ । ଏହି ପକ୍ଷୀ ଯଦି କୌଣସି ମଣିଷ ସାମ୍ନାକୁ…

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ; ଇସିଙ୍କୁ ମିଳିବ ଇ-ସ୍କୁଟର ପାଇଁ ଋଣ

ଭୁବନେଶ୍ୱର: ମିଶନ ଶକ୍ତିରେ ବଜେଟ୍‌ ୨୦୨୩-୨୪ ଆବଣ୍ଟନ ନେଇ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍। ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ବଜେଟ୍ ପାଇଁ ମିଶନ ଶକ୍ତି ବିଭାଗ ୨୫୫୪ କୋଟି ଟଙ୍କାର ବ୍ୟବସ୍ଥା…

ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ; ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଦେଖା ଦେଇଛି ବିବାଦ। କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି ।…

ମହେଶ୍ୱରଙ୍କୁ ଲକି ଅଡୁଆ !

ପୁରୀ/ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର। ଏପରିକି ପ୍ରାୟ ବହୁ ନେତାଙ୍କ ଆଖି ବିଜେଡି ଟିକେଟ ଉପରେ। ସେଥିପାଇଁ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଆଗ ଧାଡ଼ିର ନେତା ଓ ଟିକେଟ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଲିଲାଣି।ବିଭିନ୍ନ ଦଳୀୟ…

ବିଜେଡି ପାଇଁ ବିଜେଡି ବିପଦ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ତତ୍ପର ବିଜେଡି। ଦକ୍ଷିଣ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓଡିଶା ସବୁଆଡେ ମୁଖ୍ୟମନ୍ତ୍ରୀ ଘନ ଘନ ଗସ୍ତ କରି ଲୋକଙ୍କୁ ବହୁ ଯୋଜନା ଉପହାର ଦେଉଛନ୍ତି। ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ସପକ୍ଷରେ ବାତାବରଣ ତିଆରି ହେଉଛି। କିନ୍ତୁ ବିଜେଡିରେ ସବୁ ଠିକ…

ଜୁନିୟର ଏନଟିଆର, ଜାହ୍ନବୀ ଅଭିନୀତ ଏନଟିଆର ୩୦ର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଏନଟିଆର ୩୦ର ଆଜି ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ…