Latest Odisha News

BREAKING NEWS

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି…

ସୁପ୍ରିମ କୋର୍ଟରେ ନୋଟବନ୍ଦୀ ମାମଲାର ଶୁଣାଣି ଶେଷ

ନୂଆଦିଲ୍ଲୀ: ନୋଟବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । ୬ ବର୍ଷ ତଳେ ଅର୍ଥାତ ୨୦୧୬ରେ ହୋଇଥିବା ଏହି ନୋଟବନ୍ଦୀ ମାମଲାର ଶୁଣାଣି ସୁପ୍ରିମେକାର୍ଟର ସାମ୍ବିଧାନିକ ପୀଠରେ ହୋଇଯାଇଛି । ଜଷ୍ଟିସ ଏସଏସ ନଜୀରଙ୍କ ସାମ୍ବିଧାନିକ ପୀଠାରେ ସମସ୍ତ ପକ୍ଷ…

ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ନେଇଛନ୍ତି ୩୦ ହଜାର, ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ,…

ଝାରସୁଗୁଡ଼ା ବିସିପାଲିରେ ବିରଳ ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା :  ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ…

ପକ୍ଷାଘାତ ପୀଡ଼ିତା କନିଆଙ୍କୁ ଟେକି ଟେକି ସାତଘେରା ନେଲେ ବର

ନୂଆଦିଲ୍ଲୀ : ପକ୍ଷାଘାତରେ ପୀଡ଼ିତ କନିଆ, ବର ସାଜିଛି ସାହାରା । କଥା ଦେଇ କଥା ରଖିଛନ୍ତି ମହାବୀର । ଆଉ ରୀନାବାଳାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ କରିଛନ୍ତି । ବର ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ପାଖରେ ହାର ମାନିଛି ଅକ୍ଷମତା । ଦୁହିଁଙ୍କ ବିବାହ ବର୍ତ୍ତମାନ ସମାଜକୁ…

ପଦ୍ମପୁର ଉପନିର୍ବାଚନ: ସକାଳ ୮ଟାରେ ଭାେଟ ଗଣତି

ଭୁବନେଶ୍ୱର: କିଏ ପିନ୍ଧିବ ପଦ୍ମପୁର ମୁକୁଟ ? କାଲି ସାମ୍ନାକୁ ଆସିବ ଖବର । ଇଭିଏମ ମେସିନ ଖୋଲିବ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ଆାସନ୍ତାକଲି ହେବ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । କେମିତି ହେବ ଗଣତି, କଣ ହୋଇଛି ବ୍ୟବସ୍ଥା ସେ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ସକ୍ରିୟ ରହିଛି । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଶ୍ରୀଲଙ୍କାର ଟ୍ରିନକୋମାଲି ଠାରୁ ପୂର୍ବରେ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ…

ଭାରତ–ବାଂଲାଦେଶ ୨ୟ ଦିନିକିଆ ; ୬୯ ରନରେ ୪ ୱିକେଟ ହରାଇଲା ବାଂଲାଦେଶ

ଭାରତ -ବାଂଲାଦେଶ ଦିତୀୟ ଦିନିକିଆ ମୁକାବିଲା ଆଜି ମିରପୁରର ଶେରଇ ବାଂଲା ଷ୍ଟାଡିୟମରେ ଖେଳା ଯାଉଛି । ବାଂଲା ଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ମିଳିଥିବା ଖବର ଅନୁଯାୟୀ,  ବର୍ତ୍ତମାନ  ସୁଦ୍ଧା ୧୯ ଓଭର ଖେଳ ଶେଷ ହେଇଛି ।  ବାଂଲାଦେଶ  ୪ ୱିକେଟ ହରାଇ ୬୯…

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ…

ଦ୍ୱିତୀୟ ଦିନରେ EDରେ ହାଜର ହେଲେ ଆର୍କିଟେକ ରଂଜିତ, ଅର୍ଚ୍ଚନାଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟି ପକାଇଲାଣି ED । ତଥାପି ସରୁନି । ଆଜି ପୁଣି EDରେ ହାଜର ହୋଇଛନ୍ତି   ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଂଜିତ ବେହେରା ।  ଗତକାଲି ମଧ୍ୟ ୧୨  ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ED ଜେରା କରିଥିଲା । ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥଲେ ରଂଜିତ ।…