Latest Odisha News

BREAKING NEWS

ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ; ରାସ୍ତା ମଝିରେ ହୁତହୁତ ଜଳିଲା

ଭଦ୍ରକ: ରାସ୍ତା ମଝିରେ ଜଳୁ୍ଥିଲା ଗାଡି । ହୁତହୁତ ହୋଇ ଜଳୁଥିଲା । ଦ୍ରୁତଗତିରେ ଥିବା ଗାଡିଟିରେ ହଠାତ କେମିତି ନିଆଁ ଲାଗିଗଲା ବୁଝି ହେଉ ନ ଥିଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ…

ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ବିପର୍ଯ୍ୟୟ’; ଗୁଜରାଟରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ

ନୂଆଦିଲ୍ଲୀ: ବିକଟାଳ ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଯେତିକି ଆଗକୁ ବଢୁଛି ସେତିକି ଭୟଙ୍କର ହେଉଛି । ବିପର୍ଯୟ କେରଳ ଏବଂ ମୁମ୍ବାଇ ଉପକୂଳରେ ଏକ ପ୍ରକାର ତାଣ୍ଡବ ରଚିବା ପରି ମନା ହେଉଛି। ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହଡି ଦେଖିବାକୁ ମିଳିଛି । ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ…

ଟ୍ବିନ୍ ସିଟିରେ ସ୍ବାଭାବିକଠୁ ଅଧିକ ରହିବ ତାପମାତ୍ରା, ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ଅଧିକ ତାତି

ଭୁବନେଶ୍ୱର: ଆଜି ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେବ ଟ୍ବିନ ସିଟି। ସତର୍କ କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା। ରାଜଧାନୀରେ ସକାଳ ୮.୩୦ ସୁଦ୍ଧା ୩୫ ଡ଼ିଗ୍ରୀ ତାପମାତ୍ରା ଏବଂ ୬୫%…

୧୫୦ରୁ ଅଧିକ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍ କଲା ଭାରତ ସରକାର

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (I&B ମନ୍ତ୍ରଣାଳୟ) ମେ ୨୦୨୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ ରୁ ଅଧିକ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ବ୍ୟାନ କରିଛି। 'ଭାରତ ବିରୋଧୀ' ବିଷୟବସ୍ତୁ ତିଆରି କରିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡିକୁ ରୋକ ଲଗାଇଛନ୍ତି।…

ବାହାନଗା ଟ୍ରେନ ଦୁର୍ଘଟଣା, ୩ ରେଳ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇଛି!

ବାହାନଗା: ଜୁନ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ତଦନ୍ତ କରୁଥିବା ସିବିଆଇ ତିନି ଜଣଙ୍କୁ ଉଠାଇ ନେଇଛି। ଘଟଣାକୁ ୧୧ ଦିନ ପୁରିଥିବା ବେଳେ ଏବେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ରେଲଓ୍ବେ ସେଫଟି କମିଶନର ଏବଂ ସିବିଆଇ ଉଭୟ ଏହି ମାମଲାରେ ତଦନ୍ତ କରୁଛନ୍ତି।…

୧୪ ବର୍ଷର ବାଳକକୁ ସ୍ପେସ୍ ଏକ୍ସରେ ଚାକିରି ଅଫର ଦେଲେ ଏଲନ୍ ମସ୍କ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବୁଦ୍ଧିମାନ ପିଲାମାନଙ୍କର କୌଣସି ଅଭାବ ନାହିଁ। କିଛି ନା କିଛି ପ୍ରତିଭା ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁଚି ରହିଥାଏ। ନିକଟରେ ଏଲନ୍ ମସ୍କ ଜଣେ ୧୪ ବର୍ଷୀୟ ବାଳକର ପ୍ରତିଭା ଦେଖି ଖୁବ ଆକର୍ଷିତ ହୋଇଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ। ଏହି ବାଳକର ନାମ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୨ ଶ୍ରମିକ ଆହତ, ୪ ଗୁରୁତର

ବାଲେଶ୍ୱର: କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୋଟ୍ ୧୨ ଜଣ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ବାଲିଆପାଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପକ୍କା ଘର ତିଆରି…

ଭିଜିଲାନ୍ସ ସ୍କାନରରେ ଦୁଇ ସରକାରୀ କର୍ମଚାରୀ, ଚାଲିଛି ରେଡ୍

ଭୁବନେଶ୍ୱର: ରାଜ୍ୟର ଦୁଇ ସରକାରୀ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ। ଦୁର୍ନୀତି ତଥା ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। କଟକ ସଦର ବ୍ଲକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁ ଏବଂ ଭବାନୀପାଟଣା କେନ୍ଦ୍ରୀୟ ସମବାୟ…

ମଣିପୁରରେ ୧୫ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ୍: ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ହିଂସା ଲାଗି ରହିଥିବାରୁ ଇଣ୍ଟର୍ନେଟ ସେବା ବନ୍ଦ ଅବଧିକୁ ବଢାଇ ଦିଆଯାଇଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ରାଜ୍ୟରେ…

ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବରକନ୍ୟା ଗୁରୁତର

ସୁବର୍ଣ୍ଣପୁର: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ରଠାରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡ଼ିରେ ଥିବା…