କରୋନା ଅପ୍ଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ବି ଦୈନିକ ସଂକ୍ରମଣ ୧୨ ହଜାର ଉପରେ
ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି।…